spot_img

Latest Posts

କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ; ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚାଲିଲା ଡ୍ରୋଜର

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଉଛେଦ ଅଭିଯାନ କରିଛି ବିଏମସି । BMC ପକ୍ଷରୁ ଡ୍ରେନ ଉପରେ ଅବରୋଧ କରି ଦଖଲ ରଖାଯାଇଥିବା ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଡ୍ରୋଜର ଚାଲିଛି । ଭଙ୍ଗାଯାଇଛି ଘର ଓ ଦୋକାନ । ମେୟର ଓ କମିଶନରଙ୍କ ଉପସ୍ଥିତିରେ ହୋଇଛି ସଫେଇ ଓ ଉଛେଦ । ବହୁଦିନ ଧରି ଜବରଦଖଲ କରି ରଖାଯାଇଥିବା ଅବୈଧ ଗଠନକୁ ହଟାଯାଇଛି । କ୍ୟାପିଟାଲ ହସ୍ପିଟାଲ ପଛ ପଟେ ଥିବା ରାସ୍ତାକୁ ମାଡ଼ିଥିବା ଗଛ କଟାଯିବା ସହ ଡ୍ରେନ ସଫା କରାଯାଇଛି ।  ଯାତାୟାତ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଏହି ଅଭିଯାନ କରିଛି BMC ।  ପୂର୍ବରୁ ପଡି ରହିଥିବା ଆମ୍ବୁଲାନ୍ସକୁ ଅନ୍ୟତ୍ର ଉଠାଯାଇଛି । ତେବେ କୌଣସି ସୂଚନା ନଦେଇ ହଟାତ ଉଛେଦକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଛେଦ ପରେ ଶୀଘ୍ର ପୁନର୍ବାସ ଓ ଘର ବ୍ୟବସ୍ଥା ପାଇଁ BMC ନିକଟରେ ଦାବି ରଖିଛନ୍ତି ପରିବାର ।  କ୍ୟାପିଟାଲ ହସ୍ପିଟାଲ ପଛ ଅଞ୍ଚଳରେ ଅନ୍ଧାରୁଆ ରହିଥିଲା ଅବୈଧ ଦୋକାନ ସହିତ ମଦପ୍ୟ ମାନଙ୍କ ସଂଖ୍ୟା ବଢ଼ୁଥିଲା । ଆଜି ଉଛେଦ ସହ କ୍ୟାପିଟାଲ ମେଡିକାଲ ପଛ ପଟେ ପଡ଼ିଥିବା ଅଳିଆ ଗଦା  BMC ପକ୍ଷରୁ ସଫା କରାଯାଇଛି ।

Latest Posts

Don't Miss