୩୭ ରାଜ୍ୟସଭା ଆସନ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ଓଡ଼ିଶାର ୪ ଆସନ ସମେତ ୩୭ ସିଟରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ।
ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ପଡୁଥିବାରୁ ଆସନ୍ତା ମାର୍ଚ୍ଚ ୧୬ ତାରିଖ ଦିନ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟା ଦୃଷ୍ଟିରୁ ବିଜେପି ୨ଟି, ବିଜେଡି ଗୋଟିଏ ଆସନ ଦଖଲ କରିବ । ଚତୁର୍ଥ ଆସନ ପାଇଁ କିଙ୍ଗ ମେକର ସାଜିବ ବିଜେଡି ।
ସେହିପରି ମହାରାଷ୍ଟ୍ରର ୭, ତାମିଲନାଡୁର ୬, ବିହାର ଓ ପଶ୍ଚିମବଙ୍ଗର ୫ଟି ଲେଖାଏଁ, ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିଆଣାର ୨ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ଲାଗି ନିର୍ବାଚନ ହେବ ।
ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୫ । ପ୍ରାର୍ଥିପତ୍ର ଯାଞ୍ଚ ହେବ ମାର୍ଚ୍ଚ ୬ରେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ମାର୍ଚ୍ଚ ୯ । ମାର୍ଚ୍ଚ ୧୬ ତାରିଖରେ ମତଦାନ । ମତଦାନ ସମୟ ନିର୍ଘଣ୍ଟ ରହିଛି ସକାଳ ୯ରୁ ଅପରାହ୍ଣ ୫ଟା । ଅପରାହ୍ଣ ୫ଟାରେ ହେବ ଭୋଟ ଗଣତି ।

