ନନ୍ଦିଘୋଷ ବ୍ୟୁରୋ: ରାଞ୍ଚିରୁ ଦିଲ୍ଲୀ ଯିବା ବେଳେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ୭ ଜଣ ଯାତ୍ରୀ ମୃତ । ଜଣେ ରୋଗୀଙ୍କୁ ନେଇ ରାଞ୍ଚିରୁ ବାହାରିଥିଲା ଏୟାର ଆମ୍ବୁଲାନ୍ସ । ଛତ୍ର ଜିଲ୍ଲାର ସିମାରିଆ ଥାନା ଅଞ୍ଚଳ ଅନ୍ତର୍ଗତ କର୍ମାତାଣ୍ଡ ଗାଁ ନିକଟରେ ଘନ ଜଙ୍ଗଲରେ ଏୟାର ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ରାଞ୍ଚି ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବା ପରେ ରାସ୍ତାରେ ରାଡାର ସହ ସମ୍ପର୍କ ହରାଇଥିଲା ।
ଏହାର ଅନୁସନ୍ଧାନ ବେଳେ ଏୟାର ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା । ଘଟଣାସ୍ଥଳରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ରାଜ୍ୟ ସରକାର ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

