ନନ୍ଦିଘୋଷ ବ୍ୟୁରୋ : ଦୁର୍ଘଟଣା ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨ ଛାତ୍ରୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଭଣା ନୋଡାଲ ହାଇସ୍କୁଲର ୨ ଜଣ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି l ଛାତ୍ରୀ ଦୁଇ ଜଣ ହେଉଛନ୍ତି ମମତା ମାଝୀ ଓ ଜ୍ୟୋତିପ୍ରଭା ମାଝୀ l ଛାତ୍ରୀ ୨ ଜଣ ବିଷ୍ଣୁପୁର ନୋଡାଲ ହାଇସ୍କୁଲ ସେଣ୍ଟରକୁ ସାଇକେଲ ଯୋଗେ ପରୀକ୍ଷା ଦେବାକୁ ଯାଉଥିଲେ l ସେମାନେ ସ୍କୁଲ ଯିବା ବାଟରେ ବିଷ୍ଣୁପୁର ଛକ ନିକଟରେ ତାଙ୍କୁ ଏକ ମୋଟର ସାଇକେଲ ଧକ୍କା ଦେଇଥିଲା l ଫଳରେ ୨ ଜଣ ଛାତ୍ରୀ ଗୁରୁତର ହୋଇଥିଲେ l ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ସେଠାରେ ଜ୍ୟୋତିପ୍ରଭାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି l

