ରାୟଗଡା : ପ୍ରେମିକାଙ୍କୁ ପାଇବା ପାଇଁ ୪ କିମି ରାସ୍ତାରେ ଗଡି ମନ୍ଦିରରେ ପହଁଚିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ । ମୁନିଗୁଡା ଡାଙ୍ଗବାଡ଼ି ଗ୍ରାମର ଲୋକନାଥ ଡ଼ଙ୍ଗରି ଜଣେ ଯୁବତିଙ୍କୁ ପ୍ରେମ କରୁଛନ୍ତି ଏବଂ ଅଜଣାରେ ଗୋଟିଏ ଭୁଲ କରିଦେଇଛନ୍ତି। ସେହି ଭୁଲକୁ ସୁଧାରିବା ପାଇଁ ଲୋକନାଥ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ି ଠାରୁ ଅମ୍ଳାଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ରାସ୍ତା ଗଡି ଗଡି ଆସି ପ୍ରଭୁ ଶିବଙ୍କୁ ଦର୍ଶନ କରିଛନ୍ତି । ଆଜି ଭୋର ୩ଟାରୁ ଲୋକନାଥ ରାସ୍ତାରେ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ । ପୁଅର ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପିତା ମାତା ଓ ସଂପର୍କିୟ ରାସ୍ତାରେ ଗଡି ଗଡି ଯାଉଥିବା ସମୟରେ ବସ୍ତ୍ର ପକାଇ ସହାୟତା କରୁଥିବା ଦେଖିବାକୁ ମିଳିଥିଲା ।

