ଭୁବନେଶ୍ୱର : ୪ ଶ୍ରମକୋଡ, ମନରେଗା ଉଚ୍ଛେଦ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ, ବିଦ୍ୟୁତ ସଂଶୋଧନ ବିଲ୍ ଓ ଚିଠା ବିହନ ବିଲ, ଦରବୃଦ୍ଧି, ବିପନ୍ନ ସାମାଜିକ ନିରାପତ୍ତା, ଆମେରିକା ସହ ବାଣିଜ୍ୟ ରାଜିନାମା, ବେକାରୀ ବିରୋଧରେ ସାରା ଦେଶରେ ଗର୍ଜନ। ପଲ୍ଲୀରୁ ଦିଲ୍ଲୀ ପଡ଼ିଲା ପ୍ରଭାବ। ବସ, ଟ୍ରେନ ବାତିଲ। ସ୍କୁଲଠାରୁ ଆରମ୍ଭ କରି ସରକାରୀ ଦପ୍ତର ବନ୍ଦ। ବନ୍ଦରେ ସାମିଲ ବିଜୁ ଶ୍ରମିକ ସାମୁଖ୍ୟ, କଂଗ୍ରେସ, ବାମଦଳର ୧୦ରୁ ଅଧିକ ଶ୍ରମିକ ସଂଗଠନ। ଧର୍ମଘଟରେ ଦେଶର ୩୦ କୋଟି ଶ୍ରମିକ ହୋଇଥିଲେ ସାମିଲ । ଭାରତ ବନ୍ଦର ପ୍ରଭାବ ସିଧାସଳଖ ପଡିଥିଲା ଭୁବନେଶ୍ବରରେ। ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ରାଲି ରାଜମହଲ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଲୋୟର ପିଏମଜିରେ ପହଂଚି ଥିଲା। ଆନ୍ଦୋଳନକାରୀ ବିଧାନସଭା ଆଡକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ଉଠାଇ ନେଇଥଲା। ବରମୁଣ୍ଡା ବସଷ୍ଟାଣ୍ଡରେ ବି ପଡିଥିଲା ବନ୍ଦର ପ୍ରଭାବ। ଯାତ୍ରୀ ହୋଇଥିଲେ ହନ୍ତସନ୍ତ। ବନ୍ଦରେ ବି ସାମିଲ ହୋଇଥିଲେ ବ୍ୟାଙ୍କ କର୍ମଚାରୀ।
ସାରା ରାଜ୍ୟରେ ପଡିଛି ବନ୍ଦର ପ୍ରଭାବ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଶହ ଶହ ଆନ୍ଦୋଳନକାରୀ ଦଳମତ ନିର୍ବିଶେଷର ଦେଶବାସୀଙ୍କ ସ୍ବାର୍ଥ ଲାଗି ଓହ୍ଲାଇଥିଲେ ମଇଦାନକୁ। ପ୍ଲାକାର୍ଡ, ବ୍ୟାନର ଧରି ରାଜରାସ୍ତାରେ କରିଥିଲେ ନାରାବାଜି। ଦୋକାନ ବଜାର, ବିଭିନ୍ନ ପ୍ରତିଷ୍ଠାନ ରହିଥିଲା ବନ୍ଦ। କେନ୍ଦ୍ର ସରକାରଙ୍କ ବିରୋଧରେ ଶୁଭିଥିଲା ଗର୍ଜନ। ସୁରକ୍ଷା ଦୃଷ୍ଟିରୁ ସବୁଠି ପୋଲିସ ହୋଇଥିଲେ ମୁତୟନ। ଅନେକ ସ୍ଥାନର ବନ୍ଦ ପ୍ରତି ଦେଖାଦେଇଥିଲା ସ୍ବତଃସ୍ଫୂର୍ତ୍ତ ସମର୍ଥନ। ଜନମାରଣ ନୀତି ବିରୋଧରେ କେନ୍ଦ୍ର ଉପରେ ପଡ଼ିଛି ଜବରଦସ୍ତ ପ୍ରଭାବ।
ବିଭିନ୍ନ ଜାତୀୟ ସଂଗଠନ ପକ୍ଷରୁ ଭାରତ ବନ୍ଦ, ଚକ, ଅଖ, ବସ୍, ଟ୍ରେନ ସେବା ପ୍ରଭାବିତ

