spot_img

Latest Posts

ଶିଶୁମାନଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ, ସରକାରଙ୍କ ତରଫରୁ କରାଯିବ ଅଙ୍ଗନବାଡ଼ି ଭୋଜି କାର୍ଯ୍ୟକ୍ରମ

ଭୁବନେଶ୍ବର : ଗାଁ ଗାଁରେ ହେବ ଅଙ୍ଗନବାଡ଼ି ଭୋଜି। ବିବାହ, ଜନ୍ମଦିନ ଭୋଜି ଭଳି ଅଙ୍ଗନଓ୍ବାଡ଼ି ପିଲାଙ୍କୁ ଭୋଜିରେ ମିଳିବ ପୁଷ୍ଟିକର ଖାଦ୍ୟ। ଖୁବ୍ ଶୀଘ୍ର ଯୋଜନା ଆରମ୍ଭ କରିବ ମହିଳା ଶିଶୁ ବିକାଶ ବିଭାଗ। ଆସନ୍ତା ତିନି ମାସରେ ହେବ ତିନି ହଜାର ସୁଭଦ୍ରା ଶକ୍ତି ମାର୍ଟ। ସବୁ ପଞ୍ଚାୟତରେ ମହିଳାଙ୍କ ପାଇଁ ହେବ ସ୍ବତନ୍ତ୍ର ଘର। ମାର୍ଚ୍ଚ ୮ ମହିଳା ଦିବସରେ ରାଜ୍ୟ ସରକାର ୫ ହଜାର କୋଟି ଟଙ୍କାର ଭେଟି ଦେବେ ମହିଳାମାନଙ୍କୁ। ରାଜ୍ୟ ମହିଳା କମିଶନଙ୍କ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ଅନେକ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହିଳା ସଶକ୍ତିକରଣ ପାଇଁ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ମହିଳା ସୁରକ୍ଷା ପାସପୋର୍ଟ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଛି। ସୁରକ୍ଷା ଓ ମହିଳାଙ୍କ ସ୍ବାସ୍ଥ୍ୟକୁ ଦିଆଯାଉଛି ଗୁରୁତ୍ଵ। ୮୦ ପ୍ରତିଶତ ମହିଳାଙ୍କ ରକ୍ତହୀନତା ରହିଛି ଏବଂ ଏହାକୁ ଦୂର କରିବାକୁ ସରକାର ପଦକ୍ଷେପ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ମହିଳା ଆୟୋଗଙ୍କ ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ। ସମୁଦାୟ ୨୦୬୪ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ୧୮୭୯ ଟି ମାମଲା ସମାଧାନ କରିଛନ୍ତି ମହିଳା କମିଶନ। ମହିଳା ବିରୋଧୀ ଅପରାଧର ସବୁଠାରୁ ଶୀର୍ଷରେ ରହିଛି ଘରୋଇ ହିଂସା । ୮୫୨ ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି।ଯୌତୁକ ଜନିତ ନିର୍ଯାତନା ଓ ବିବାହ ବିଚ୍ଛେଦ ମାମଲା ୬୭୫ଟି ରୁଜୁ ହୋଇଥିବା ବେଳେ ସମାଧାନ ହୋଇ ପାରିଛି ୫୮୧ଟି । ରାଜ୍ୟରେ ସର୍ବମୋଟ ମହିଳା ଅଧିକାର ଉଲଂଘନ ହୋଇଛି ୧୮୨ଟି। ଅଶୋଭନୀୟ ଆଚରଣ ପ୍ରଦର୍ଶନ ୧୩୭ ଟି । ଯୌତୁକ ଜନିତ ହତ୍ୟା ୧୨, ସନ୍ଦେହଜନକ ମୃତ୍ୟୁ ୧୪, ଦୁଷ୍କର୍ମ ୨୪, ମିଥ୍ୟା ପ୍ରତିଶୃତି ଦେଇ ବିବାହ ସହ ପ୍ରତାରଣା ୩୦, ଅପହରଣ ୨୮, ଜମି ବିବାଦରୁ ମହିଳା ହିଂସା ୪୮, କର୍ମ କ୍ଷେତ୍ରରେ ନିର୍ଯାତନା ୨୫, ମହିଳାଙ୍କୁ ଖରାପ ବ୍ୟବହାର ୫ ସହ ଅନ୍ୟାନ୍ୟ ୩୩ଟି ମାମଲା ମହିଳା କମିଶନଙ୍କ ପାଖରେ ରୁଜୁ ହୋଇଛି। ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ମହିଳା ଆୟୋଗଙ୍କ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ଅନୁଷ୍ଠିତହୋଇଛି। ମୁଖ୍ୟ ଅତିଥି ଭାବରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଅତିଥି ଭାବେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସହ କମିଶନର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ। …

Latest Posts

Don't Miss