ପ୍ରସାଶନକୁ ଚେତାଇବାକୁ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ, ରାସ୍ତାରେ ଦୁର୍ଘଟଣାର ନାଟକ

1 min read

ନବରଙ୍ଗପୁର: ରାଇଘରରୁ କୁନ୍ଦେଇ ଯିବା ରାସ୍ତାରେ ଦୁର୍ଘଟଣା । ରାସ୍ତା କଡ଼ରେ ପ୍ରାୟ ୮ରୁ ୧୦ ଛାତ୍ରଛାତ୍ରୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଛନ୍ତି । ଏହି ଦୃଶ୍ୟ ଦେଖି ହଠାତ୍ ଅଟକି ଯାଇଥିଲେ ସମସ୍ତ ପଥଚାରୀ । କ’ଣ ହେଇଛି କେମିତି ହୋଇଛି ଦୁର୍ଘଟଣା ବୁଝିବାକୁ ଜମିଥିଲା ଭିଡ଼ । କିନ୍ତୁ କିଛି ସମୟରେ ସବୁ ସ୍ପଷ୍ଟ ହୋଇ ଯାଇଥିଲା । ଆଦର୍ଶ ବିଦ୍ୟାଳୟର ୮ରୁ ୧୦ ଜଣ ଛାତ୍ରଛାତ୍ରୀ ଖରାପ ରାସ୍ତାକୁ ମରାମତି କରିବାକୁ ଏହି ଅଭିନବ ପ୍ରୟାସ କରିଥିଲେ ।

ଆଦର୍ଶ ବିଦ୍ୟାଳୟ କିଛି ଛାତ୍ରଛାତ୍ରୀଙ୍କ ଦ୍ୱାରା କାଳ୍ପନିକ ନାଟକ, ପ୍ରଶାସନକୁ ସଚେତନ କରାଇବା ସହ ଖରାପ ରାସ୍ତାକୁ ମରାମତି କରିବାକୁ ଏହି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ l ନିଜ ଯାତାୟତ କରୁଥିବା ରାସ୍ତା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ଯୋଗୁଁ ଆଜି ଅଭିନୟ ଜରିଆରେ ସରକାର ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି l ଆଜିର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଛାତ୍ରଛାତ୍ରୀ ନିଜେ ଅସୁରକ୍ଷିତ ହୋଇ ଯାତାୟତ କରୁଥିବା ବେଳେ ପ୍ରଶାସନ ସ୍ଥାନୀୟ ଲୋକ ପ୍ରତିନିଧି ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ଏହାସହ ବିଦ୍ୟାଳୟ ସମୟରେ ୯ରୁ ୧୦ ଏବଂ ୩ରୁ ୪ ଟା ସମୟ ପର୍ଯ୍ୟନ୍ତ ଯଦି ଭାରିଯାନ ଯିବା ଆସିବା ବନ୍ଦ କରିଦିଅନ୍ତି ତେବେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଉମରକୋଟ ଠାରୁ ଖିଲଲି ଯାଏଁ ରାସ୍ତା ଏବେ ସମ୍ପୂର୍ଣ୍ଣ ଶୋଚନୀୟ, ପ୍ରତିଦିନ ଏହି ରାସ୍ତାରେ ୧୫ହଜାରରୁ ଊର୍ଦ୍ଧ୍ୱ ଗାଡ଼ି ଯାତାୟତ କରିଥାଏ ।

Leave a Reply