ଶ୍ରମ ଆଇନ ଉଲ୍ଲଂଘନ କରି ରାଉରକେଲା ସରକାରୀ ଡାକ୍ତରଖାନାର ୧୫ କର୍ମଚାରୀଙ୍କୁ ଛଟେଇ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ୧୫ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ । ଏମାନେ ଡାକ୍ତରଖାନାରେ ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ । ରାଜ୍ୟ ସରକାରଙ୍କ ଶ୍ରମ ଆଇନକୁ ଉଲ୍ଲଂଘନ କରାଯାଇ ଏମାନଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି ।
ସମସ୍ତଙ୍କ ବୟସ ୫୦ ଵର୍ଷରୁ ଅଧିକ ଦର୍ଶାଇ ଛଟେଇ କରାଯାଇଛି । ତୁରନ୍ତ ଏମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି ହୋଇଛି । ନହେଲେ ଆସନ୍ତା ୧୦ ତାରିଖରୁ ଡାକ୍ତରଖାନା ସମ୍ମୁଖରେ ଗଣ ଧାରଣା ଦିଆଯାଇ ଆନ୍ଦୋଳନ କରାଯିବ ବୋଲି ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

