ରାୟଗଡ଼ା ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ଏଡିଜି
ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ହେଲା ମାଓବାଦୀ ମୁକ୍ତ । ଆଜିଠାରୁ ଏହି ଜିଲ୍ଲାରୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି ଏଡିଜି ସଂଜୀବ ପଣ୍ତା । ଲାଲ ହିଂସାରୁ ରାୟଗଡ଼ା ଜିଲ୍ଲା ମୁକ୍ତ ହେଲା ବୋଲି ସେ କହିଛନ୍ତି । ଏହା ଆଗରୁ କୋରାପୁଟ ଜିଲ୍ଲାକୁ ମଧ୍ୟ ପୋଲିସ ନକ୍ସଲ ମୁକ୍ତ ବୋଲି ଘୋଷଣା କରିଥିଲା ।
ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ୧୫ ଦୁର୍ଦ୍ଦାନ୍ତ ନକ୍ସଲ । ସେମାନଙ୍କ ମଧ୍ୟରେ ଅଛନ୍ତି, ବାସଧାରା ଘୁମୁସର ନାଗାବଳି ଡିଭିଜନର ଦୁଇ ହାଡକୋର ମାଓବାଦୀ ନିଖିଳ ଓ ଇନ୍ଦୁ । ଏହି ମାଓବାଦୀ ଦମ୍ପତିଙ୍କ ନାଁରେ କୋଟିଏ ଦଶ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେମାନେ କହିଛନ୍ତି ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ । ପୋଲିସକୁ ସେମାନେ ହସ୍ତାନ୍ତର କରିଛନ୍ତି ୨ଟି AK47 ରାଇଫଲ, ଏସଏଲଆର୍ ୫ଟି, ଷ୍ଟେନଗନ୍ ଗୋଟିଏ, ଇନସାସ୍ ରାଇଫଲ ଗୋଟିଏ ଓ ବହୁ ଅଫୁଟା ଗୁଳି ।

