୩୦ ବର୍ଷ ତଳର ମାମଲାରେ ବାହୁବଳୀ ସାଂସଦ ପପୁ ଯାଦବ ଗିରଫ
ନନ୍ଦିଘୋଷ ବ୍ୟୁରୋ: ୩୦ ବର୍ଷ ତଳର ଏକ ଜାଲିଆତି ମାମଲାରେ ବିହାରର ବାହୁବଳି ସ୍ଵାଧୀନ ସାଂସଦ ପପୁ ଯାଦବ ଗିରଫ । ହାଇଡ୍ରାମା ମଧ୍ୟରେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ସଂସଦର ଅଧିବେଶନରେ ଯୋଗ ଦେଇ ଘରକୁ ଫେରିବା ପରେ ପରେ ତାଙ୍କୁ ଗିରଫ କରିବାକୁ ପହଞ୍ଚିଥିଲା ପୋଲିସ । ଏହାକୁ ପପୁଙ୍କ ସମର୍ଥକ ବିରୋଧ କରିଥିଲେ । ନିଜେ ପପୁ କହିଥିଲେ, ସେ କୋର୍ଟରେ ହାଜର ହେବେ । କିନ୍ତୁ ପୋଲିସ ତାଙ୍କୁ ଗିରଫ କରିବାକୁ ଜଗି ବସିଥିଲା । ଶେଷରେ ହାଇଡ୍ରାମା ମଧ୍ୟରେ ପୋଲିସ ପପୁ ଯାଦବଙ୍କୁ ଗିରଫ କରିଛି ।

