ବଜେଟ ପୂର୍ବରୁ ଭାରତୀୟ ମୁଦ୍ରାକୁ ଝଟକା। ଟଙ୍କାର ହୋଇଛି ସର୍ବକାଳୀନ ମୂଲ୍ୟହ୍ରାସ। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ। ଦୁର୍ବଳ ବିଦେଶୀ ପୁଞ୍ଜି ପ୍ରବାହ କାରଣରୁ ଭାରତୀୟ ମୁଦ୍ରାରେ ଘାଟା ସୃଷ୍ଟି ହୋଇଛି। ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହୋଇଛି ୯୨ ଟଙ୍କା। କେବଳ ଚଳିତ ବର୍ଷ ଭାରତୀୟ ଟଙ୍କାର ମୂଲ୍ୟ ୨ ପ୍ରତିଶତ ହ୍ରାସ ପାଇଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ବିତୀୟ ପାଳି ଶାସନ ଆରମ୍ଭରୁ ହ୍ରାସ ପାଇଲାଣି ୫ ପ୍ରତିଶତ। ସେପଟେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା ସମ୍ଭାବନା ରହିଛି। ଆମେରିକାର ଉଚ୍ଚ ଟାରିଫ, ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର, ଉଚ୍ଚ ମୂଲ୍ୟରେ ସୁନା ଓ ରୁପା ଆମଦାନି, ଆଗକୁ ଭାରତୀୟ ମୁଦ୍ରା ଦୁର୍ବଳ ହେବା ଆଶଙ୍କା ଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି।

