spot_img

Latest Posts

ଭାରତବାସୀଙ୍କୁ ବଡ଼ ଉପହାର ; ୨୭ ଜାନୁଆରୀରେ EUର ୨୭ ରାଷ୍ଟ୍ର ସହ ଭାରତର ନୂଆ ବାଣିଜ୍ୟିକ ସମ୍ପର୍କ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ର ବଜେଟ ପୂର୍ବରୁ ଭାରତବାସୀଙ୍କୁ ବଡ଼ ଉପହାର । ୨୭ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ୟୁରୋପୀୟ ୟୁନିଅନ ସହ ଭାରତର ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା। ଶସ୍ତା ହେବ ଯୁରୋପୀୟ ଦାମୀ କାର, ଏୟାରକ୍ରାଫ୍ଟ, ସ୍ପେସକ୍ରାଫ, ଅପ୍ଟିକାଲ, ମେଡିକାଲ ଓ ସର୍ଜିକାଲ ଇକ୍ୟୁପମେଣ୍ଟ ସମେତ ବହୁ ସାମଗ୍ରୀ। ଚୁକ୍ତିକୁ ମଦର ଅଫ ଅଲ ଡିଲସ୍ ଦର୍ଶାଇଲେ ଇୟୁ ମୁଖ୍ୟ ଉର୍ସୁଲା ଭନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ ଓ ୟୁରୋପୀୟ ରାଷ୍ଟ୍ର ସଂଘ ମଧ୍ୟରେ ଐତିହାସିକ ବୁଝାମଣା। ୨୭ ଜାନୁଆରୀରେ ଇୟୁର ୨୭ ରାଷ୍ଟ୍ର ସହ ଭାରତର ନୂଆ ବାଣିଜ୍ୟିକ ସମ୍ପର୍କ। କେନ୍ଦ୍ର ବଜେଟ ପୂର୍ବରୁ ଭାରତବାସୀଙ୍କୁ ବଡ଼ ଉପହାର। ଟ୍ରମ୍ପଙ୍କ ଟାରିଫ ନୀତି ଉପରେ ପ୍ରହାର। ଦୁଇ ପକ୍ଷ ମଧ୍ୟରେ ସ୍ବାକ୍ଷରିତ ହୋଇଛି ମୁକ୍ତ ବାଣିଜ୍ୟ ରାଜିନାମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁରୋପୀୟ ୟୁନିଅନ ମୁଖ୍ୟ ଉର୍ସୁଲା ଭନ ଡେର ଲିନ ଓ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କ ଉପସ୍ଥିତିରେ ହୋଇଛି ବୁଝାମଣା। ଆମେରିକାର ଟାରିଫ ନୀତି ପରିପ୍ରେକ୍ଷୀରେ ଭାରତ ଲାଗି ବେଶ୍ ସହାୟକ ହୋଇଛି ଏହି ରାଜିନାମା। ଏହାକୁ ବି ମଦର ଅଫ ଅଲ ଡିଲସ୍ ବୋଲି ଦର୍ଶାଇଛନ୍ତି ଇୟୁ ମୁଖ୍ୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଚୁକ୍ତି ଯୋଗୁ ଟାରିଫ ବାବଦରେ ପ୍ରାୟ ୪ ବିଲିୟନ ୟୁରୋ ଛାଡ ପାଇବ ଭାରତ। ଚୁକ୍ତି ଯୋଗୁ ୭ ବର୍ଷ ଲାଗି ଭାରତରୁ ଆମଦାନୀ ହେଉଥିବା ସମୁଦ୍ରଜାତ ସାମଗ୍ରୀ, ଚମଡ଼ା, ବୟନ ସାମଗ୍ରୀ, ରାସାୟନିକ ପଦାର୍ଥ, ରବର,  ବିଭିନ୍ନ ଧାତୁ, ରତ୍ନ ପଥର, ଅଳଙ୍କାର ଉପରେ ୯୯.୫ ପ୍ରତିଶତ ଶୁଳ୍କ ଛାଡ଼ କରିବ ଇୟୁ। ଭାରତର ଉତଥାନ ସାରା ବିଶ୍ବକୁ ଉନ୍ନତିର ମାର୍ଗରେ ପରିଚାଳିତ କରିବ ବୋଲି କହିଛନ୍ତି ଉର୍ସୁଲା।

ନୂଆ ରାଜିନାମା ଅନୁସାରେ ୟୁରୋପୀୟ କାର ଉପରୁ ଭାରତ ୧୦ ପ୍ରତିଶତ ଟାରିଫ ହ୍ରାସ କରିବ। ଫଳରେ ଦେଶରେ ଦାମୀ କାର୍ ଶସ୍ତା ହେବ। ଏହି ପରିମାଣ ପରେ ୭୦ ପ୍ରତିଶତକୁ ବୃଦ୍ଧି ପାଇବ। ଇୟୁରୁ ପ୍ରତିବର୍ଷ ପ୍ରାୟ ଅଢେଇ ଲକ୍ଷ କାର୍ ଆମଦାନୀ ହେଉଥିବାରୁ ଭାରତୀୟମାନେ ଉପକୃତ ହେବେ । ନୂଆ ନୀତି ଯୋଗୁ ପ୍ରାୟ ୯୦ ପ୍ରତିଶତ ୟୁରୋପୀୟ ସାମଗ୍ରୀ ଉପରୁ ଟାରିଫ ହ୍ରାସ ହେବ। ୨୦୩୨ ସୁଦ୍ଧା ଏବାବଦରେ ଭାରତ ସଞ୍ଚୟ କରିପାରିବ ପ୍ରାୟ ୪ ବିଲିୟନ ୟୁରୋ। ସେହିପରି ଏୟାରକ୍ରାଫ୍ଟ, ସ୍ପେସକ୍ରାଫ, ଅପ୍ଟିକାଲ, ମେଡିକାଲ ଓ ସର୍ଜିକାଲ ଇକ୍ୟୁପମେଣ୍ଟ, ଅଲିଭ ତେଲ, ମାର୍ଗାରିନ ଆଦି ଶସ୍ତା ହେବ। କେବଳ ଏତିକି ନୁହେଁ, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ହ୍ରାସ ଲାଗି ଇୟୁ ଦେବ ୫୦୦ ନିୟୁତ ୟୁରୋ ସହାୟତା। ଭାରତ ଓ ଇୟୁ ମଧ୍ୟରେ ଚୁକ୍ତି ଯୋଗୁ ଭାରତୀୟ ଦକ୍ଷତା, ସେବା ୟୁରୋପୀୟ ପ୍ରଯୁକ୍ତି, ପୁଞ୍ଜି, ଉଦ୍ଭାବନର ସହଭାଗିତା ପ୍ରକାଶ ପାଇବ। ଏହି ଚୁକ୍ତି ବିଶ୍ବ ଜିଡିପିର ପ୍ରାୟ ୨୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

Latest Posts

Don't Miss