କିଏ ସେହି ଆଇଏସ ବିନ୍ଦ୍ରା ? ଯାହାଙ୍କ ଗୋଟିଏ ନିଷ୍ପତ୍ତି ବଦଳାଇ ଦେଇଥିଲା ବିସିସିଆଇ ଓ ଭାରତୀୟ କ୍ରିକେଟର ଭାଗ୍ୟ
ନନ୍ଦିଘୋଷ ବ୍ୟୁରୋ: ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆର ପୂର୍ବତନ ଅଧ୍ୟକ୍ଷ ଆଇଏସ ବିନ୍ଦ୍ରାଙ୍କ ଦିଲ୍ଲୀରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ବିନ୍ଦ୍ରା ୪ ଦଶକ ଧରି ଭାରତୀୟ କ୍ରିକେଟର ସେବା କରିବା ସହ ବହୁତ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ତାଙ୍କରି ପାଇଁ ଆଜି ଭାରତୀୟ କ୍ରିକେଟର ଭାଗ୍ୟ ପରିବର୍ତ୍ତନ ଘଟିଛି କହିଲେ ଭୁଲ ହେବ ନାହିଁ । ଏପରିକି ପଞ୍ଜାବରେ ଆଧୁନିକ କ୍ରିକେଟର ମୂଳଦୁଆ ସେ ପକାଇଥିବା କୁହାଯାଇଥାଏ । ପୂର୍ବ ଆଇଏଏସ ଅଧିକାରୀରୁ କ୍ରିକେଟ ପ୍ରଶାସକ ବନିଥିବା ଇନ୍ଦ୍ରଜିତ ସିଂ ବିନ୍ଦ୍ରା ପଞ୍ଜାମ କ୍ରିକେଟ ଆସୋସିଏସନରେ ଲମ୍ବା ସମୟ ଧରି ଅଧ୍ୟକ୍ଷ ଭାବେ କାମ କରିଥିଲେ । ଆଉ ତାଙ୍କ ସମୟରେ ପଞ୍ଜାବ କ୍ରିକେଟ ଆସୋସିଏସନ ଶୀର୍ଷ ଛୁଇଁଥିଲା । ତାଙ୍କ ପରଲୋକରେ ଆଓନ୍ତୁ ଜାଣିବା ତାଙ୍କର ଏମିତି କିଛି ନିଷ୍ପତ୍ତି ସମ୍ପର୍କରେ ଯାହା ବିସିସିଆଇ ଓ ଭାରତୀୟ କ୍ରିକେଟର ଭାଗ୍ୟ ପରିବର୍ତ୍ତନ କରିଦେବା ସହ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହେବାର ମୂଳଦୁଆ ପକାଇଥିଲା ।
ଭାରତକୁ ଆଣିଥିଲେ କ୍ରିକେଟ ବିଶ୍ବକପ୍
ଆଇଏସ ବିନ୍ଦ୍ରା, ଜଗମୋହନ ଡାଲମିଆ ଏବଂ ଏନକେପି ସାଲଭାଙ୍କ ସହ ମିଶି ୧୯୮୭ ଓ ୧୯୯୬ରେ କ୍ରିକେଟ ବିଶ୍ବକପ୍ ଆୟୋଜନ ଭାରତୀୟ ଉପମହାଦେଶକୁ ଆଣିଥିଲେ । ୧୯୮୭ ବିଶ୍ବକପ୍ ପ୍ରଥମ ଥର ଇଂଲଣ୍ଡ ବାହାରେ ଆୟୋଜିତ ହୋଇଥିଲା । ସେହିପରି ୧୯୯୬ ବିଶ୍ବକପ୍ ଭାରତ ସମେତ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା । ବିନ୍ଦ୍ରାଙ୍କ ଏହି ଉଦ୍ୟମ ଭାରତକୁ କ୍ରିକେଟ ରାଜନୀତି ଓ ଅର୍ଥନୀତିର କେନ୍ଦ୍ର ଭାବେ ସ୍ଥାପିତ କରିଥିଲା ।
ଭାରତୀୟ ମ୍ରାଚ୍ ପ୍ରସାରଣକୁ ନେଇଥିଲେ ନୂଆ ଦିଗ
ଭାରତୀୟ କ୍ରିକେଟ ଟଇମର ମ୍ୟାଚ କେବଳ ଦୁରଦର୍ଶନରେ ପ୍ରଚାରଣ ଅଧିକାର ବିରୋଧରେ ୧୯୯୪ରେ ଆଇଏସ ବିନ୍ଦ୍ରା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାଦ୍ବାରା ଘରୋଇ ଓ ବୈଶ୍ବିକ ପ୍ରସାରକଙ୍କୁ ଭାରତୀୟ ମ୍ୟାଚ୍ ପ୍ରସାରଣର ଅଧିକାର ମିଳିଥିଲା । ଏହାଦ୍ବାରା ବିସିସିଆଇର ରୋଜଗାର ବହୁତ ବଢ଼ି ଯାଇଥିଲା । ଆଉ କ୍ରିକେଟ ବ୍ୟବସାୟକୁ ସେ ଏକ ନୂଆ ଦିଗ ଦେବାକୁ ସକ୍ଷମ ହୋଇଥିଲେ ।
ଆଇପିଏଲ ପ୍ରତିଷ୍ଠାରେ ପରାମର୍ଶଦାତା
ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଲିଗ ଆଇପିଏଲ ପ୍ରତିଷ୍ଠାରେ ଭି ଆଇଏସ ବିନ୍ଦ୍ରାଙ୍କ ବଡ଼ ଭୂମିକା ଥିଲା । ଆଇପିଏଲ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ପରାମର୍ଶଦାତା ଥିଲେ । ଯାହା ଭାରତୀୟ କ୍ରିକେଟକୁ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କରିଦେଇଥିଲା ।
ପଞ୍ଜାବ କ୍ରିକେଟକୁ ଯୋଗଦାନ
ପଞ୍ଜାବ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ଭାବେ ସେ ପଞ୍ଜାବ ବୋର୍ଡକୁ ପୁଣି ଥରେ ଜୀବିତ କରିଥିଲେ । ୧୯୮୭ରେ ଯେତେବେଳେ ସେ ପିସିଏ ଅଧ୍ୟକ୍ଷ ହୋଇଥିଲେ, ସେତେବେଳେ ଏହାର ସ୍ଥିତି ବହୁତ ଖରାପ ଥିଲା । ହେଲେ ତାଙ୍କ ଚେଷ୍ଟାରେ ପିସିଏ ଜାତୀୟ ସ୍ତରରେ ଲେଭରକୁ ପହଞ୍ଚି ପାରିଥିଲା । ମୋହାଲିରେ ଆଜି ଯେଉଁ ପିସିଏ ଷ୍ଟାଡିୟମ ଛିଡ଼ା ହୋଇଛି, ଏହା ତାଙ୍କ ଉଦ୍ୟମର ଫଳ ।

