ରାଜ୍ୟ କଂଗ୍ରେସ ଭବନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ପତାକା ଉତ୍ତୋଳନ କରିଛନ୍ତି | ଏହି ଅବସରରେ ବହୁ ବରିଷ୍ଟ ନେତା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ବ୍ରିଟିଶ ଶାସନରୁ ମୁକ୍ତକରି ଏକ ସ୍ଵାଧୀନ ଦେଶରେ ଭାରତୀୟଙ୍କୁ ନିଜ ଇଚ୍ଛାରେ ନିଶ୍ଵାସ ପ୍ରଶ୍ବାସ ନେବାକୁ ସୁଯୋଗ ଦେଇଥିବା ମହାପୁରୁଷମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି କହିଥିଲେ।

