୧୦ ସାଙ୍ଗଠନିକ ଜିଲ୍ଲାର ଯୁବ ଓ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି। ଏହି ପ୍ରକ୍ରିୟା ଜାରି ରହିବ। ସବୁ କମିଟି ଘୋଷଣା ହେବ। ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଜିଲ୍ଲା ଓ ବ୍ଲକ କମିଟି ଘୋଷଣା କରାଯିବ। ସବୁ ପ୍ରସ୍ତାବକୁ ବିଚାର କରି ସେ କାମ କରୁଛନ୍ତି। ରାଜ୍ୟସ୍ତରୀୟ ଯୁବ ଓ ଛାତ୍ର କମିଟିରେ ସମ୍ପାଦକଙ୍କ ନାଁ ଘୋଷଣା ହୋଇ ପୂର୍ଣ୍ଣାଙ୍ଗ କମିଟି କରାଯିବ। ଆଗକୁ କ୍ୟାମ୍ପସ କମିଟି, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ କମିଟି ହେବ। ନବୀନ ପଟ୍ଟନାୟକଙ୍କ ସମୟରେ ଯେଉଁ ବିକାଶ ହୋଇଥିଲା, ତାହା ବିଜେପି ସରକାର ସମୟରେ ଧୂଳିସାତ ହୋଇଥିବା ଅଭିଯୋଗ କରିଛି ବିଜେଡି। ଏ ନେଇ ଲୋକଙ୍କୁ ସଚେତନ କରାଯିବ। ରକ୍ତଦାନ, ବୃକ୍ଷରୋପଣ ପରି ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ। ଯୁବ ଓ ଛାତ୍ରଙ୍କ ଭିତରେ ଉତ୍ସାହ ବଢୁଛି। ସଂଗଠନ ସୁଦୃଢ ହେବ। ଓଡ଼ିଶାର ସ୍ୱର ହୋଇ ଲଢେଇ କରିବାକୁ ଯୁବ ଓ ଛାତ୍ର ଆଗେଇବେ। ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କାମ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

