spot_img

Latest Posts

ଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଆଜି ଦେଶ ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ l ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହୋଇଛି ଜାତୀୟ ସ୍ତରର ପରେଡ୍। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲେୟେନ ଓ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା l ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ଦେଶର ଶକ୍ତି ଓ ଶୌର୍ଯ୍ୟ। ପ୍ରଦର୍ଶିତ ହୋଇଛି ସାମରିକ ଶକ୍ତିର ଝଲକ। ବାୟୁସେନା, ସ୍ଥଳସେନା ଓ ଜଳସେନାର ଶକ୍ତି ଦେଖିଛି ସାରା ବିଶ୍ଵ। ତା ସହିତ ରଙ୍ଗାରଙ୍ଗ ପରେଡ୍ ଅନୁଷ୍ଠିତ ହୋଇଛି। ତା ସହିତ ସାମିଲ ହୋଇଛନ୍ତି ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ l ସେଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୭ଟି, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସର୍ଭିସର ୧୩ଟି ପ୍ରଜ୍ଞାପନ ମେଢ ରହିଛି। କେନ୍ଦ୍ର ସଂସ୍କୃତି ବିଭାଗର ବନ୍ଦେ ମାତରଂର ୧୫୦ତମ ବାର୍ଷିକୀ ଅବସରରେ ଏକ ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି।

ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟ ପଥରେ ‘ବନ୍ଦେ ମାତରମ’ର ଝଲକ ଦେଖିବାକୁ ମିଳିଥିଲା । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ‘ପରମ୍ପରାରୁ ପ୍ରଗତି’, ଆତ୍ମନିର୍ଭର ଭାରତରେ ଓଡ଼ିଶାର ଅବଦାନକୁ ଏହି ପ୍ରଜ୍ଞାପନ ଦର୍ଶାଇଥିଲା । ପ୍ରଜ୍ଞାପନ ମେଢ଼ରେ କୋରାପୁଟ୍ କଫି ଓ କୋଣାର୍କ ମନ୍ଦିରର ଝଲକ ଦେଖିବାକୁ ମିଳିଥିଲା । ଏଥିସହିତ ମହିଳାଙ୍କ ନେତୃତ୍ବ ଓ ସେମି କଣ୍ଡକ୍ଟର ଚିପକୁ ମଧ୍ୟ ଦର୍ଶାଇଥିଲା । ଏକତା ଓ ବିବିଧତାର କଳା ପ୍ରଦର୍ଶିତ ହୋଇଥିଲା  । ଏଥର ବେଶ ଆକର୍ଷଣୀୟ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥିରେ କୋଣାର୍କ ମନ୍ଦିରର ପ୍ରତିକୃତି ସ୍ଥାନ ପାଇଥିଲା। ପିପିପିଲର ଚାନ୍ଦୁଆ, ଘୋଡ଼ାନାଚ ଆଜି ମଧ୍ୟ ଏଥିରେ ସ୍ଥାନ ପାଇଥିଲା। ପଥର ଖୋଦେଇ କରି ମୂର୍ତ୍ତି ନିର୍ମାଣ ଓ ବାଉଁଶରେ ଆସବାବପତ୍ର ନିର୍ମାଣ ମଧ୍ୟ ପ୍ରଦର୍ଶିତ ହୋଇଛି।

Latest Posts

Don't Miss