ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ। ଗାନ୍ଧୀମାର୍ଗରେ ଭବ୍ୟ ପରେଡ୍ ସମାରୋହ ହୋଇଛି। ମହାମହିମ ରାଜ୍ୟପାଳଙ୍କ ସମ୍ମୁଖରେ କଳା ପ୍ରଦର୍ଶନ କଲେ ପୁରୀର ସାହି ଯାତ । ଏହା ହେଉଛି ଓଡ଼ିଶାର କଳା , ସଂସ୍କୃତି ଓ ଐତିହ୍ୟର ପରିଚୟ। ଗଞ୍ଜାମ ଜିଲ୍ଲାର ପଶୁମୁଖା କଳାକାର ନିଜର କଳା ପ୍ରଦର୍ଶନ କରିଛନ୍ତି। ପ୍ରକୃତି ଓ ପଶୁ ସଂପଦର ସୁରକ୍ଷାର ବାର୍ତ୍ତା ଦେଇ ଏହି ନୃତ୍ୟ ପରିବେଷଣ ହୋଇଛି । ପୁରୀ ଜିଲ୍ଲାର ବଡଘୋଡା ନାଚ ପରିବେଷଣ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳି ନୃତ୍ୟ ଓ ଜନଜାତି ଜୀବନ ଶୈଳୀ ସହ ସେମାନଙ୍କ ପର୍ବ ପର୍ବାଣୀ ସମୟର ନୃତ୍ୟ ପରିବେଷଣ ହୋଇଛି। ଏହା ସହ ୧୨ ଟି ପ୍ରଜ୍ଞାପନ ମେଢ଼ ସାମିଲ ହୋଇଛନ୍ତି।
ଶଙ୍ଖ ଭବନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଂଗୀତ ଗାନ ହୋଇଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ଦେଶର ମହାପୁରୁଷମାନଙ୍କୁ ସମସ୍ତେ ମନେ ପକାଇଥିଲେ । ସେମାନଙ୍କ ତ୍ୟାଗ, ସେବା ଓ ବଳିଦାନ ଯୋଗୁଁ ଆଜି ଦେଶରେ ସ୍ୱାଧୀନ ନାଗରିକ ଭାବେ ସମସ୍ତେ ରହୁଛନ୍ତି । ସେମାନଙ୍କ ମାର୍ଗ ଅନୁସରଣ କରି ଆଗେଇବାକୁ ସମସ୍ତେ ଶପଥ ନେଇଛନ୍ତି ।

