spot_img

Latest Posts

T-ଟ୍ଵେଣ୍ଟି ବିଶ୍ଵକପରୁ ବାଂଲାଦେଶ ଆଉଟ୍, ସ୍ପଷ୍ଟ କଲା ICC

ଟି -ଟ୍ଵେଣ୍ଟି ବିଶ୍ଵକପ୍ ରୁ ବାଂଲାଦେଶ ଆଉଟ୍। ଏହା ସ୍ପଷ୍ଟ କରିଛି ଆଇସିସି। ସୁରକ୍ଷା କାରଣ ଦର୍ଶାଇ ଭାରତ ଆସିବାକୁ ବାଂଲାଦେଶ ମନା କରିବା ପରେ ସେହି ଦେଶ ଏହି ପ୍ରତିଯୋଗିତାରେ ଭାଗ ନେବ ନାହିଁ। ନିଜର ସବୁ ମ୍ୟାଚ ଶ୍ରୀଲଙ୍କାକୁ ସ୍ଥାନାନ୍ତର ପାଇଁ ଦାବି କରିଥିଲା। କିନ୍ତୁ ଆଇସିସି ଏହାକୁ ମନା କରିଦେଇଥିଲା। ଶେଷ ପର୍ଯ୍ୟନ୍ତ ବି ରାଜି ହେଲାନି ବାଂଲାଦେଶ। ଶେଷରେ ଚରମ ପଦକ୍ଷେପ ନେଇଛି ଆଇସିସି । ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସାମିଲ କରାଯାଇଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିରୋଧ କରାଯିବାରୁ ବାଂଲାଦେଶର କ୍ରିକେଟର ମୁସ୍ତାଫିଜୁର ରେହମାନଙ୍କୁ ବାଦ୍ ଆଇପିଏଲରୁ ଦିଆଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ବାଂଲାଦେଶ ଭାରତ ଆସିବାକୁ ମନା କରିଥିଲା। ଶେଷରେ ଟି -ଟ୍ଵେଣ୍ଟି ବିଶ୍ଵକପ ଖେଳିବାରୁ ବାଂଲାଦେଶ ବଞ୍ଚିତ ହୋଇଛି। ସୁଯୋଗ ପାଇଛି ସ୍କଟଲାଣ୍ଡ।

Latest Posts

Don't Miss