spot_img

Latest Posts

ରାଜ୍ୟସଭା ନିର୍ବାଚନ ଗଣିତ କହୁଛି ୪ରୁ ବିଜେପିକୁ ଦୁଇ, ବିଜେଡିକୁ ଗୋଟିଏ, ଚତୁର୍ଥ ଆସନ କାହାର ?

ରାଜ୍ୟସଭା ନିର୍ବାଚନ ଗଣିତ କହୁଛି ବିଜେପିକୁ ଦୁଇ, ବିଜେଡିକୁ ଗୋଟିଏ, ଚତୁର୍ଥ ଆସନ କାହାର ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ l ଓଡ଼ିଶାର ଖାଲି ପଡୁଥିବା ଚାରି ଆସନ ପାଇଁ ନିର୍ବାଚନ ହେବ l ରାଜ୍ୟସଭା ଗଣିତ କହୁଛି ୨ଟି ଆସନ ବିଜେପି ଓ ଗୋଟିଏ ଆସନ ବିଜେଡି ଖାତାକୁ ଯିବା ସୁନିଶ୍ଚିତ l ଦଳୀୟ ହୁଇପ ଭିତରେ ଚତୁର୍ଥ ଆସନ କିଏ ହାତେଇବ ତାହାକୁ ନେଇ ଛକାପଞ୍ଚା ଆରମ୍ଭ ହୋଇଛି l ରାଜନୀତି ବିଶେଷଜ୍ଞ ଏନେଇ ଭିନ୍ନ ଆକଳନ କରିଛନ୍ତି l

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା l  ଓଡ଼ିଶାରେ ଖାଲି ପଡୁଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି ନିର୍ବାଚନ କମିଶନ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଚିଠି ଲେଖି ପ୍ରସ୍ତୁତି ଆରମ୍ଭ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ ନିମନ୍ତେ RO, ARO ନିଯୁକ୍ତି ପାଇଁ ପ୍ରସ୍ତାବ, ମତଦାନ ପ୍ଲାନ ଓ ଭୋଟ ବାକ୍ସର ପ୍ରକାରକୁ ପ୍ରସ୍ତୁତ କରିବା ନିମନ୍ତେ ଚିଠିରେ ଉଲ୍ଲେଖ ରହିଛି । ଆସନ୍ତା ଏପ୍ରିଲରେ ୧୦ଟି ରାଜ୍ୟର ୩୭ଟି ଆସନ ଖାଲି ହେଉଛି।  ଏଥିରେ ଓଡ଼ିଶାର ଚାରିଟି ଆସନ ଖାଲି ହେବ । ରାଜ୍ୟସଭା ସଂଖ୍ୟା ଗଣିତ କହୁଛି ବିଜେପି ଦୁଇଟି ଆସନ ଓ ବିଜେଡି ଗୋଟିଏ ଆସନ ପାଇବ l ହେଲେ ଚତୁର୍ଥ ଆସନ କାହାର ହେବ ସେନେଇ ରାଜନୀତି ସରଗରମ ହୋଇଛି l ଅଙ୍କ କହୁଛି ଚତୁର୍ଥ ଆସନ ପାଇଁ ନା ବିଜେଡି ନା ବିଜେପି ପାଖେ ସଂଖ୍ୟା ଅଛି l

ଚତୁର୍ଥ ଆସନ ପାଇଁ ଏବେଠାରୁ ଚାଲିଲାଣି ଅଙ୍କକଷା । ବିଧାୟକ ସଂଖ୍ୟା ଦେଖିଲେ ବିଜେପି ଓ ବିଜେଡି ମିଶିଲେ ଦୁଇ ଦଳର ବଳକା ଭୋଟରେ ଚତୁର୍ଥ ପ୍ରାଥୀ ଜିତିବେ l ବିଜେଡିର ବଳକା ଭୋଟ, କଂଗ୍ରେସ ଭୋଟ, ବାମଦଳର ଜଣେ ବିଧାୟକଙ୍କ ଭୋଟକୁ ନେଇ ମଧ୍ୟ କରାଯାଉଛି ଆକଳନ l ବିଜେଡି କହୁଛି, ଏଯାଏଁ ଚତୁର୍ଥ ଆସନ କି ରାଜ୍ୟସଭା ନେଇ କୌଣସି ଆଲୋଚନା ହୋଇନାହିଁ l

ବିଧାନସଭାର ୧୪୭ ଆସନରୁ ବିଜେପିର ୭୯, ବିଜେଡି ୫୦, କଂଗ୍ରେସ ୧୪, ୩ ଜଣ ସ୍ୱାଧୀନ ଓ ସିପିଆଇ୍(ଏମ)ର ଜଣେ ବିଧାୟକ ଅଛନ୍ତି l ରାଜନୀତି ସମୀକ୍ଷକ କହିଛନ୍ତି ନିଲମ୍ବିତ ବିଧାୟକଙ୍କ ଉପରେ ମଧ୍ୟ୍ ହୁଇପ ଜାରି ହେବ l

Latest Posts

Don't Miss