ଜମ୍ମୁ ଓ କାଶ୍ମୀରରେ ଦୁର୍ଘଟଣାରେ ୧୦ ଯବାନ ସହିଦ
ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ୧୦ ଯବାନ ସହିଦ ହୋଇଥିବା ବେଳେ ୭ ଯବାନ ଆହତ । ଆହତଙ୍କୁ ଉଦ୍ଧମପୁର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କିଛି ଯବାନଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇଛି ।
ଜାମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲା ଅନ୍ତର୍ଗତ ଭନ୍ଦେରବାହ-ଚମ୍ବା ରୋଡରେ ଘଟିଛି ଅଘଟଣ । ଯବାନଙ୍କୁ ନେଇ ଯାଉଥିବା ଗାଡିଟି ୨୦୦ ଫୁଟ ଗଭୀର ଖାତରେ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଆର୍ମି, ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅନ୍ୟାନ୍ୟ ଟିମର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଗାଡ଼ିରେ ମୋଟ ୧୭ ଜଣ ଯବାନ ଥିଲେ । ସେମାନେ ଅତି ଉଚ୍ଚତାରେ ଥିବା ଏକ ସାମରିକ ପୋଷ୍ଟକୁ ଯାଉଥିବାବେଳେ ଖାନି ଟପରେ ଗାଡ଼ିଟି ଖାତକୁ ଖସିପଡ଼ିଥିଲା । ନିୟନ୍ତ୍ରଣ ହରାଇ ଗାଡ଼ିଟି ଖସି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଲାଗି ଶୋକ ପ୍ରକାଶ କରିଛନ୍ତି ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା । ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

