ବାଲେଶ୍ବର: ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଓଡିଶା ଆସି ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସରକାରୀ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ। ଫେବୃଆରୀ ୩ ତାରିଖରେ ବାଲେଶ୍ୱର ଜିଲ୍ଲାର ନୂତନ ପ୍ରତିଷ୍ଠିତ ରେମୁଣା କ୍ୟାମ୍ପସରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ସମାବର୍ତ୍ତନଉତ୍ସବରେ ଯୋଗ ଦେବେ ।
ଫେବୃଆରୀ ୪ ତାରିଖରେ ଯାଜପୁର ବିରଜା ମନ୍ଦିର ପରି୍ରଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କର ଯାତ୍ରା କାର୍ଯ୍ୟକ୍ରମରେ ଫେବୃଆରୀ ୫ ରୁ ୬ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ଗସ୍ତ ମଧ୍ୟ ଅନ୍ତର୍ଭୁକ୍ତ, ଏହି ସମୟରେ ସେ ତାଙ୍କ ଜନ୍ମସ୍ଥାନ ରାଇରଙ୍ଗପୁରକୁ ଏକ ସ୍ୱତନ୍ତ୍ର ଗସ୍ତ କରିବେ।

