spot_img

Latest Posts

ଆସୁଛି ସାଧାରଣତନ୍ତ୍ର ଦିବସ : ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ସିଆରପିଏଫ ଓ ପୋଲିସର ସର୍ଚ୍ଚ ଅପରେସନ

ନନ୍ଦିଘୋଷ ବ୍ୟୁରୋ ; ଆସୁଛି ସାଧାରଣତନ୍ତ୍ର ଦିବସ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ଅନୁପ୍ରବେଶ ଆଶଙ୍କା। ଏହା ସହ ସାଧାରଣତନ୍ତ୍ର ଦିବସକୁ ବିଭ୍ରାଟ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଜାମ୍ମୁ ଓ କାଶ୍ମୀରରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଶ୍ରୀନଗର ସମେତ ବିଭିନ୍ନ ସ୍ଥାନରେ ସିଆରପିଏଫ ଓ ପୋଲିସର ସର୍ଚ୍ଚ ଅପରେସନ କରାଯାଇଛି। ଯାନବାହନ ଯାଞ୍ଚ ବି ଜାରି ରହିଛି। ସନ୍ଦିଗ୍ଧ ଯାନବାହନଗୁଡିକୁ ଅଟକ ରଖି ଯାଞ୍ଚ କରାଯାଉଛି। କିଛି ଦିନ ଧରି ସାରା ଜାମ୍ମୁ ଓ କାଶ୍ମୀରରେ ସେନା, ବିଏସଏଫ, ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି। ଗତ ସପ୍ତାହରେ କିସ୍ତବାଡ଼ାରେ ଜୈସ-ଏ-ମହମ୍ମଦ ସଂଗଠନର କିଛି ଆଡ୍ଡାସ୍ଥଳକୁ ଠାବ କରିଥିଲେ ଯବାନ ।

Latest Posts

Don't Miss