ଭୁବନେଶ୍ୱର : ସଂଗଠନ ମଜଭୁତ ପାଇଁ ହାତର ସିକ୍ରେଟ ପ୍ଲାନର । ରାଜ୍ୟର ୪ ଜୋନକୁ ଜଗିବେ ଦଳର ହେଭିୱେଟ । ସଭାପତିଙ୍କ କାନ୍ଧରେ ରହିବ ଦକ୍ଷିଣ ଓ ପଶ୍ଚିମ ଦାୟିତ୍ୱ । ଉତ୍ତର ଓ ଉପକୂଳ ଜଗିବେ ବରିଷ୍ଠ ନେତା ।.. ..୨୬ ବର୍ଷ ହେବ କଂଗ୍ରେସ କ୍ଷମତା ବାହାରେ l ଦଳର ଭୋଟ ପ୍ରତିଶତ ୩୩ରୁ ଖସି ୧୩ରେ ପହଂଚିଲାଣି l ତୃଣମୂଳ ସ୍ତରରେ ସଂଗଠନ ଦୁର୍ବଳ ସ୍ଥିତିରେ ରହିଛି l ୨୦୨୯ ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ l ଏହି ସୁଯୋଗକୁ ଓଡିଶା କଂଗ୍ରେସ ହାତ ଛଡା କରିବନି l ଏଥପାଇଁ ଦଳ ପ୍ରସ୍ତୁତ କରିଛି ସିକ୍ରେଟ ଭିକ୍ଟ୍ରି ପ୍ଲାନ l ମିଳିତ ନେତୃତ୍ୱ ଜରିଆରେ ଦଳକୁ ଆଗକୁ ବଢ଼ାଇବା ପାଇଁ ପିସିସି ଲମ୍ବା ରୋଡ ମ୍ୟାପ ପ୍ରସ୍ତୁତ କରିଛି l ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଉପକୂଳ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡିଶା ଲାଗି ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଖୋଦ ପିସିସି ସଭାପତି ଭକ୍ତ ଦାସ ଦକ୍ଷିଣ ଓ ପଶ୍ଚିମ ଓଡିଶା ଦାୟିତ୍ୱରେ ରହିଛନ୍ତି l ସେହିପରି ବରିଷ୍ଠ ନେତା ଜୟଦେବ ଜେନା, ଶ୍ରୀ କାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁରେଶ ରାଉତରାୟ, ଶରତ ରାଉତ, ବିଶ୍ୱ ରଂଜନ ମହାନ୍ତି ପରି ହେଭିୱେଟ ନେତାଙ୍କ କାନ୍ଧରେ ରହିଛି ଉପକୂଳ ଓଡିଶା ଓ ଉତ୍ତର ଓଡିଶା ଦାୟିତ୍ୱ l ପିସିସିର ଏହି ବଡ ପ୍ଲାନର ବିଷୟରେ ବଖାଣିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା l
ଓଡି଼ଶାରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ଲାଗି ଏଆଇସିସି ଫୋକସ କରିଛି । ୨୦୨୫ ଆରମ୍ଭରେ କଂଗ୍ରେସ ଅଧ୍ୟକ୍ଷ ଓ ରାହୁଲ ଗାନ୍ଧୀ ଓଡ଼ିଶା ଆସି କର୍ମୀ ଓ ନେତାଙ୍କ ମନରେ ଜୋସ ଭରିଥିଲେ । ୨୦୨୬ରେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଅନ୍ୟ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ଆଣିବା ଲାଗି ଦଳ ଯୋଜନା କରିଛି । ତୃଣମୂଳ ସ୍ତରର ସଂଗଠନକୁ ମଜଭୁତ କରିବା ଲାଗି ବ୍ଲକ, ନଗରକୁ ନୂଆ ରୂପ ଦେବାରେ ଲାଗିଛି ପିସିସି । ଏକଜୁଟ ହୋଇ ଦଳ ଲକ୍ଷ୍ଯ ହାସଲ କରିବ ବୋଲି ବରିଷ୍ଠ ନେତା ଯୁକ୍ତି ବାଢିଛନ୍ତି । ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବ କଂଗ୍ରେସ । ମାଲକାନଗିରିରୁ ଆରମ୍ଭ ହେବ ପଦଯାତ୍ରା । ଗାନ୍ଧୀ ପଥେ ଓଡ଼ିଶା କାର୍ଯ୍ୟକ୍ରମ ମଧ୍ୟ ଦଳ କରିବ l ୩ବର୍ଷ ପୂର୍ବରୁ ରାଜ୍ୟ କଂଗ୍ରେସ କ୍ଷମତାକୁ ଫେରିବା ଲାଗି କରିଥିବା ସିକ୍ରେଟ ପ୍ଲାନରେ କେତେ ସଫଳ ହେଉଛି ତାହା ଦେଖିବାର କଥା l

