spot_img

Latest Posts

‘ଗ୍ରାଉଣ୍ଡ ଜିରୋରେ ଦଳୀୟ ନେତାଙ୍କୁ ଅଣଦେଖା କରୁଥିଲେ ଅରବିନ୍ଦ’

ଭୁବନେଶ୍ବର : ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ, ସରପଞ୍ଚଙ୍କ ସହ ଶତାଧିକ ନେତା ଓ କର୍ମୀ। ଦଳ ବିରୋଧୀ କାର୍ଯ୍ୟ ପାଇଁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପାଟକୁରାର ବିଜେଡି ନେତା ଓ କର୍ମୀ। ଅରବିନ୍ଦ ମହାପାତ୍ର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ନେତା ଓ କର୍ମୀ। ଏପରିକି ଦଳ ବିରୋଧରେ ଅରବିନ୍ଦ ଷଡ଼ଯନ୍ତ୍ର ରଚୁଥିଲେ ବୋଲି ମଧ୍ୟ କହିଛନ୍ତି। ଖାଲି ସେତିକି ନୁହେଁ, ଦଳୀୟ ନିଷ୍ପତ୍ତିକୁ ମଧ୍ୟ ଅରବିନ୍ଦ ମାନୁନଥିଲେ। ବିଶ୍ବାସଘାତକତା କରିଥିବାରୁ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ପାଟକୁରାର ନେତା ଓ କର୍ମୀ। ନବୀନଙ୍କୁ ପାଟକୁରା ବିଜେଡି ନେତା ଓ କର୍ମୀ ଭେଟିବା ବେଳେ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ବିଜେଡି ମିଡିଆ ସଂଯୋଜକ ଲେନିନ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ, ସେ ପାଟକୁରାର କାମ କରିବା ପାଇଁ ଜଣଙ୍କୁ ସୁଯୋଗ ଦେଇଥିଲେ। ତେବେ ସେ ତାହା ନକରି ପାଟକୁରାବାସୀଙ୍କ ପାଇଁ କାମ କରିବାରୁ ବିଚ୍ୟୁତ ହୋଇଥିଲେ। ଅପରପକ୍ଷରେ ଦଳର କର୍ମୀଙ୍କୁ ଅଣଦେଖା କରୁଥିଲେ ଓ ହଇରାଣ ମଧ୍ୟ କରୁଥିଲେ। ଏହା ଜାଣିବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଯେଉଁମାନେ ଦଳୀୟ କର୍ମୀଙ୍କୁ ହଇରାଣ କରିଛନ୍ତି, ସେମାନଙ୍କୁ ଅତୀତରେ ମଧ୍ୟ ଦଳରୁ ବହିଷ୍କାର କରିଛନ୍ତି ବୋଲି ନବୀନ କହିଛନ୍ତି। ତେବେ ପାଟକୁରା ପାଇଁ ଭଲ କାମ କରିବା ଲାଗି ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

Latest Posts

Don't Miss