ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳ ଟନେଲରେ ଫାଟ । ଟନେଲର ସ୍ଥାୟିତ୍ବକୁ ନେଇ ଉଠିଲା ପ୍ରଶ୍ନ । ୭ନମ୍ବର ଟନେଲ ସରଫେସରେ ଦେଖା ଦେଇଛି ଫାଟ । ଟନେଲର ଚାରିପାଖରେ ହୋଇଛି ଫାଟ । ନୂତନ ଟନେଲରେ ଫାଟ ଦେଖା ଯିବାପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଠିକା ସଂସ୍ଥାର କାର୍ଯ୍ୟକାରିତା ଓ ସ୍ଥାୟିତ୍ବକୁ ନେଇ ଉଠିଛି ପ୍ରଶ୍ନ । ଖୋର୍ଦ୍ଧା- ବଲାଙ୍ଗୀର ରେଳପଥର ୭-ନମ୍ବର ଟନେଲରେ ଦେଖା ଦେଇଛି ଏହି ଫାଟ । ଫାଟଟି କାହା ନଜରକୁ ଆସିନଥିବା ବେଳେ ହଠାତ ଆମ କ୍ୟାମେରାରେ ଦୃଶ୍ୟମାନ ହୋଇଥିଲା । ଆମେ ସଙ୍ଗେ ସଙ୍ଗେ ଟନେଲ ସୁରକ୍ଷା ଯାଞ୍ଚ ପାଇଁ ଆସିଥିବା ଇଷ୍ଟ କୋଷ୍ଟ ରେଳ ବିଭାଗ GMଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଏହା ସରଫେସରେ ଛୋଟ କ୍ରାକ ବୋଲି କହିଥିବା ବେଳେ ରେଳ ବିଭାଗର ଯନ୍ତ୍ରୀ ମାନଙ୍କୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୂର୍ବତଟ ରେଳ ବିଭାଗର ଜିଏମ ପରମେଶ୍ବର ଫଙ୍କୁଆଲ ।

