ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୧ ତାରିଖରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ । ଏହି ଫର୍ମାଟରେ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ କ’ଣ ରହିବ ତାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସକତା ଦେଖିବାକୁ ମିଳିଛି । ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ମ୍ୟାଚ ଆରମ୍ଭ ହେବ । ପାଖାପାଖି ୪ ଦଶନ୍ଧି ପରେ ଭାରତକୁ ଘରୋଇ ପିଚରେ ଦିନିକିଆ ସିରିଜରେ ପରାସ୍ତ କରିବା ପରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡର ମନୋବଳ ବେଶ୍ ବୃଦ୍ଧି ପାଇଛି ।
ତେବେ ଟିମ୍ ଇଣ୍ଡିଆର ଚତୁର୍ଥ ସ୍ଥାନରେ କିଏ ସୁଯୋଗ ପାଇବ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଘାତ ଜନିତ ସମସ୍ୟା କାରଣରୁ ତିଲକ ବର୍ମା ଫିଟ୍ ହେବା ମୁସ୍କିଲ । ଏପରି ସ୍ଥିତିରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରେ । ତେବେ ଈଶାନ କିଶାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ଯଦି ଟିମ୍ ମ୍ୟାନେଜମେଣ୍ଟ ଲେଫ୍ଟ-ରାଇଟ କମ୍ବିନେସନକୁ ଗୁରୁତ୍ବ ଦିଏ, ତେବେ ଈଶାନ କିଶନ ଜଣେ ମଜବୁତ ଦାବିଦାର । ବର୍ତ୍ତମାନ ସମୟରେ ସେ ଶାନଦାର ଫର୍ମରେ ଅଛନ୍ତି । ମାତ୍ର ଈଶାନ ପାଓ୍ବରପ୍ଲେ ବାହାରେ ଏତେ ପ୍ରଭାବୀ ନିହନ୍ତି । ତାଙ୍କୁ ୩ ନମ୍ବରରେ ଖେଳାଯାଇପାରେ ।
ଟି-୨୦କୁ ଯଶପ୍ରୀତ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଫେରୁଛନ୍ତି । ଡେଥ ଓଭରରେ ବୁମ୍ରା ଜଣେ ବଡ଼ ହତିଆର ହୋଇଥିବା ବେଳେ ହାର୍ଦ୍ଦିକ ଟିମକୁ ସନ୍ତୁଳନ ଦେଇଥାନ୍ତି । ସେହିପରି ବରୁଣ ଚକ୍ରବର୍ତ୍ତୀ ନ୍ୟୁଜିଲାଣ୍ଡ ପାଇଁ ସବୁଠାରୁ ବଡ଼ ‘ଏକ୍ସ ଫ୍ୟାକ୍ଟର’ ପ୍ରମାଣିତ ହୋଇପାରନ୍ତି ।
ଟିମ୍ ଇଣ୍ଡିଆ ସ୍କ୍ବାଡ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଓ୍ବିକେଟ କିପର), ଈଶାନ କିଶନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ରିଙ୍କୁ ସିଂହ, ଅର୍ଶଦୀପ ସିଂହ, ରବି ବିଷ୍ଣୋଈ, ହର୍ଷିତ ରାଣା ।

