spot_img

Latest Posts

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ; ୨୧ ଯାତ୍ରୀ ମୃତ, ଶତାଧିକ ଆହତ

ନନ୍ଦିଘୋଷ ବ୍ୟୁରୋ: ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା। ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା। ଗୋଟିଏ ଟ୍ରେନ ଲାଇନଚ୍ୟୁତ୍ ହୋଇ ଅନ୍ୟ ଟ୍ରାକ୍ରେ ପଡିବା ପରେ ଧକ୍କା ଦେଲା ଅନ୍ୟ ଏକ ଟ୍ରେନ୍ । ଦୁର୍ଘଟଣାରେ ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା। ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ଦକ୍ଷିଣ ସ୍ପେନର ଆଡାମୁଜ୍ ନଗର ନିକଟରେ ଘଟିଛି ଦୁର୍ଘଟଣା। ମାଲାଗାରୁ ମାଡ୍ରିଡ୍ ଯାତ୍ରା କରୁଥିବା ଦ୍ରୁତ ବେଗର ଟ୍ରେନ୍ ଲାଇନଚ୍ୟୁତ ହୋଇ ପାଖ ଟ୍ରାକ୍ ଉପରେ ପଡ଼ିଯାଇଥିଲା । ଫଳରେ ବିପରୀତ ଦିଗରେ ଯାଉଥିବା ମାଡ୍ରିଡ୍ରୁ ହୁଏଲଭା ଯାତ୍ରା କରୁଥିବା ଦ୍ୱିତୀୟ ଟ୍ରେନ୍ ଧକ୍କା ଦେଇଥିଲା।

ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି। କ’ଣ ପାଇଁ ଟ୍ରେନ ଲାଇନଚ୍ୟୁତ ହେଲା ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଲୋକଙ୍କ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ବହୁତ ଅସୁବିଧା ହେଉଛି । ରବିବାର ମାଲାଗାରୁ ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୪୦ଟାରେ ଟ୍ରେନ୍ ଛାଡ଼ିବାର ପ୍ରାୟ ୧୦ ମିନିଟ୍ ପରେ ଘଟିଥିଲା। ଏହି ଟେନରେ ପ୍ରାୟ ୩୦୦ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି ।

Latest Posts

Don't Miss