spot_img

Latest Posts

କିସ୍ତିୱାଡରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ; ୮ଯବାନ ଆହତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରର କିସ୍ତିୱାଡ ଅନ୍ତର୍ଗତ ଛାତ୍ରୋରେ ଜାରି ରହିଛି ନିରାପତ୍ତା ରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏହି ଏନକାଉଣ୍ଟରରେ ୮ ଯବାନ ଆହତ ହୋଇଥିବାର ସୂଚନା ମିଳିଛି। ଆତଙ୍କୀଙ୍କୁ ଧରିବା ଲାଗି ଚାଲିଛି ବଡ଼ ଧରଣର ଅପରେସନ। ଆଣ୍ଟି ଟେରର ଅପରେସନରେ ଆତଙ୍କୀଙ୍କ ୩ ଆଡ୍ଡାସ୍ଥଳୀ ଠାବ ହୋଇଛି। ସେଠାରୁ ୨ଟି ଏମ-୪ ଖାଲି କାଟ୍ରିଜ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।

ପୂର୍ବରୁ କାଠୁଆ ଅନ୍ତର୍ଗତ ବିଲାୱାରରର କାକିଖାଦ ଓ କଳାବନରେ ୨ଟି ଆତଙ୍କୀ ଆଡ୍ଡାସ୍ଥଳୀକୁ ଠାବ କରାଯାଇଥିଲା। ଏହି ସମସ୍ତ ଆଡ୍ଡାସ୍ଥଳୀ ଜୈସ-ଏ-ମହମ୍ମଦ ସଂଗଠନର ବୋଲି ଜଣାଯାଇଛି । ୨୦୨୬ ଜାନୁୟାରୀରେ ଏହା ହେଉଛି ତୃତୀୟ ଏନକାଉଣ୍ଟର। ଆଗକୁ ସାଧାରଣତନ୍ତ୍ର ଦିବସ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।

Latest Posts

Don't Miss