ନନ୍ଦିଘୋଷ ବ୍ୟୁରୋ: ଗାଜା ଶାନ୍ତି ପ୍ରକ୍ରିୟାରେ ସାମିଲ ହୋଇପାରେ ଭାରତ । ବୋର୍ଡ ଅଫ୍ ପିସ୍ ରେ ଯୋଗ ଦେବାକୁ ଭାରତକୁ ଟ୍ରମ୍ପ ନିମନ୍ତ୍ରଣ କରିଥିବାର ସୂଚନା ମିଳିଛି। ଏହି ବୋର୍ଡ ଅଫ୍ ପିସ୍ ଯୁଦ୍ଧ ପରବର୍ତ୍ତୀ ଗାଜାରେ ଶାସନ ଓ ପୁନନିର୍ମାଣ କାମ କରିବ। ଏଥିରେ ଭାରତକୁ ମିଳିପାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା। ଟ୍ରମ୍ପ ନିଜେ ଏହି ବୋର୍ଡର ମୁଖ୍ୟ ରହିବେ। ତାଙ୍କୁ ସହାୟତା କରିବେ ଅନ୍ୟ ସଦସ୍ୟମାନେ। ଗୋଟିଏ ପାଲେଷ୍ଟାଇନ କମିଟି ମଧ୍ୟ ରହିବ ଯିଏ କି ଟ୍ରମ୍ପଙ୍କୁ ପରାମର୍ଶ ଦେବ।
ଭାରତ ହେଉଛି ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନର ବନ୍ଧୁ ରାଷ୍ଟ୍ର । ଉଭୟ ଦେଶ ସହିତ ନୂଆଦିଲ୍ଲୀର ଭଲ ସଂପର୍କ ରହିଛି। ଇସ୍ରାଏଲ ସହିତ ସାମରିକ ସଂପର୍କ ଥିବା ବେଳେ ପାଲେଷ୍ଟାଇନକୁ ଲଗାତର ଭାବେ ମାନବୀୟ ସାହାଯ୍ୟ କରି ଆସିଛି ଭାରତ । ତେଣୁ ଶାନ୍ତି ପ୍ରକ୍ରିୟାରେ ଭାରତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଟ୍ରମ୍ପ ଆଶା କରିଛନ୍ତି।

