ଇରାନରୁ ଫେରୁଛନ୍ତି ଭାରତୀୟ। ଫେରିଛନ୍ତି ୮୦୦ରୁ ଅଧିକ ଭାରତୀୟ। ସ୍ଵତନ୍ତ୍ର ବିମାନରେ ଆସି ସେମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ନିଜ ଦେଶରେ ପହଞ୍ଚିବା ପରେ ସେମାନେ ଆଶ୍ଵସ୍ତ ହୋଇଛନ୍ତି। କିଏ ସେଠାରେ କାମ କରୁଥିଲା, କିଏ ପାଠ ପଢିବାକୁ ଯାଇଥିଲା। ଆଉ କିଏ ତୀର୍ଥଯାତ୍ରାରେ କିମ୍ଵା ଏମିତି ଭ୍ରମଣ ପାଇଁ ଯାଇଥିଲା। ସରକାର ବିରୋଧୀ ଆନ୍ଦୋଳନ ତେଜିବା ପରେ ଇରାନରେ ଦେଖା ଦେଇଛି ଅରାଜକତା। ପୂରା ବିପଦପୂର୍ଣ୍ଣ ସ୍ଥିତି। କେତେ ବେଳେ କଣ ହେବ କହି ହେବ ନାହିଁ। ସରକାର ମଧ୍ୟ ଦୃଢ଼ ହସ୍ତରେ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି। ହଜାର ହଜାର ଲୋକଙ୍କୁ ବନ୍ଦୀ କରାଯାଇଛି। କେତେକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମଧ୍ୟ କୁହାଯାଇଛି। ଫେରିଥିବା ଭାରତୀୟଙ୍କ ମଧ୍ୟରେ କେତେକ ଏମବିବିଏସ ଛାତ୍ରଛାତ୍ରୀ ବି ରହିଛନ୍ତି। ବିନା ଇଣ୍ଟରନେଟରେ କିପରି ସେମାନେ ଭୟାବହ ପରିସ୍ଥିତିରେ ବଞ୍ଚିଥିଲେ ସେନେଇ ଅନୁଭୂତି ବଖାଣିଛନ୍ତି ଫେରନ୍ତା।

