spot_img

Latest Posts

ଆଇସିସି ସଦସ୍ୟ ଭାରତୀୟ ବୋଲି ଭିସା ଦେଲାନି ବାଂଲାଦେଶ

ଆଇସିସି ସଦସ୍ୟ ଭାରତୀୟ ବୋଲି ଭିସା ଦେଲାନି ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ କରାଯାଉଛି ନରସଂହାର । ଖୋଜି ଖୋଜି ବାଂଲାଦେଶୀ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ଯାହାର ପ୍ରଭାବ ନା କେବଳ ଭାରତ ଓ ବାଂଲାଦେଶ ସମ୍ପର୍କକୁ ତିକ୍ତ କରିଛି ତା’ନୁହେଁ । ଖେଳ ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା କରାଯିବା ପ୍ରତିବାଦରେ ଭାରତ ଆଇପିଏଲରୁ ଦ୍ରୁତ ବୋଲର ମୁସ୍ତଫଇଜୁର ରହମାନଙ୍କୁ ବାହାର କରିଦେଇଛି । ଆଉ ଏହାକୁ ନେଇ ଦୁଇ ଦେଶର କ୍ରିକେଟ ବୋର୍ଡ ମୁହାଁମୁହିଁ ହୋଇଛନ୍ତି । ଏପରିକି ଆଗକୁ ହେବାକୁ ଥିବା ଟି-୨୦ ବିଶ୍ବକପ୍ ପାଇଁ ଟିମ୍ ଭାରତ ନପଠାଇବାକୁ ବାଂଲାଦେଶ ଘୋଷଣା କରିଛି । ତେବେ ସମସ୍ୟାର ସମାଧାନ କରିବାକୁ ଆଇସିସି ଚେଷ୍ଟା କରୁଛି । ହେଲେ ବାଂଲାଦେଶ ବୋର୍ଡ ଓ ସରକାର ଆଇସିସିକୁ ବି ନାଲିଆଖି ଦେଖାଇବାରେ ଲାଗିଛନ୍ତି । ଏପରିକି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ବାଂଲାଦେଶ ଯିବାକୁ ଥିବା ଆଇସିସି କମିଟର ଭାରତୀୟ ସଦସ୍ୟଙ୍କୁ ବାଂଲାଦେଶ ଭିସା ଦେବାକୁ ମନା କରିଦେଇଛି । ଏହାକୁ ନେଇ ଉଭୟ ଆଇସିସି ଓ ବିସିବି ପକ୍ଷରୁ ଅଧିକାରୀକ ସ୍ତରରେ କିଛି କୁହାଯାଇ ନଥିଲେ ବି ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାରେ ଲାଗିଛି । ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାରତୀୟ ହୋଇଥିବାରୁ ତାଙ୍କୁ ବାଂଲାଦେଶ ଯିବାକୁ ଭିସା ମିଳିନାହିଁ ।

ଦୁଇ ଦେଶର ବୋର୍ଡ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଆଇସିସି ଅନଲାଇନ୍ ବୈଠକ କରିସାରିଛି । ଏବେ ବାଂଲାଦେଶ ଯାଇ ସମସ୍ୟାର ସମାଧାନ କରିବାକୁ ନିଷ୍ପତ୍ତି ନେବା ସହ ଆଇସିସି ନିଜର ଏକ ଟିମ୍ ବାଂଲାଦେଶ ପଠାଇଥିଲା । ହେଲେ ଏହି କମିଟିକୁ ନେଇ ଆଉ ଏକ ବିବାଦ ସୃଷ୍ଟଇ ହୋଇଛି । ସୋସିଆଲ ମିଡିଆରେ ଏକାଧିକ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ଦାବି କରାଯାଉଛି ବାଂଲାଦେଶ ସରକାର ଆଇସସି କମିଟି ସହ ଯାଉଥିବା ସିଇଓ ସଂଯୋଗ ଗୁପ୍ତାଙ୍କୁ ଭିସା ଦେବାକୁ ମନା କରିଦେଇଛି । କୁହାଯାଉଛି ସଂଯୋଗ ଭାରତୀୟ ହୋଇଥିବାରୁ ତାଙ୍କୁ ଭିସା ମିଳିନାହିଁ । ମୁସ୍ତଫଇଜୁର ରହମାନଙ୍କୁ ଆଇପିଏଲରୁ ହଟାଯିବାର ପ୍ରତିଶୋଧ ନେବାକୁ ଯାଇ ବାଂଲାଦେଶ ଭିସା ଦେବାକୁ ମନା କରୁଛି ।

ଅନ୍ୟପକ୍ଷେ ଆଇସିସି ଓ ବାଂଲାଦେଶ ବୋର୍ଡ ବୈଠକକୁ ନେଇ କୁହାଯାଉଛି, ଭେନ୍ୟୁ ବଦଳାଇବା ପରିବର୍ତ୍ତେ ପୂର୍ବ ନିର୍ଦ୍ଧାରିତ ସୂଚି ଅନୁସାରେ ମ୍ୟାଚ କରାଯିବାକୁ ଚେଷ୍ଟା କରାଯାଉଛି । କୁହାଯାଉଛି, ଆଇସିସି ପକ୍ଷରୁ ଏହା ଶେଷ ପ୍ରୟାସ । ଯେଉଁଥିରେ ବିସିବିର ଖେଳାଳିଙ୍କୁ ଭାରତରେ କଡା ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଛି । ଯାହାଦ୍ବାରା ପୂର୍ବ ସୂଚୀ ଅନୁସାରେ ମ୍ୟାଚ୍ କରାଯାଇ ପାରିବ ।

Latest Posts

Don't Miss