BMCର କୁକୁର କାମୁଡ଼ା ଚିନ୍ତା । ଦେଶର ପ୍ରଥମ ଜଳାନ୍ତକ ମୁକ୍ତ ସହର ହେବ ଭୁବନେଶ୍ୱର । ଏ ନେଇ ଆଗକୁ ଆଉ ପାଦେ ବଢିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ଏ ନେଇ ବିଏମସି ଏକ ଏମଓୟୁ ସ୍ବାକ୍ଷର କରିଛି। ମିଶନ ରାବିଜ୍, ଭାରତ ବିଶ୍ୱବ୍ୟାପୀ ପ୍ରାଣୀ ଚିକିତ୍ସା ସେବା ଏବଂ ପ୍ରାଣୀ ଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ମହାବିଦ୍ୟାଳୟ-CVSAH ମଧ୍ୟରେ ଏକ ତ୍ରିପାକ୍ଷିକ ବୈଷୟିକ ଏବଂ ବୈଜ୍ଞାନିକ ସହଯୋଗ ସ୍ଥାପନ କରିବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ବିଏମସି । ଏ ନେଇ ପ୍ରଶିକ୍ଷଣ, SOP ବିକାଶ ଏବଂ କ୍ଷେତ୍ର କାର୍ଯ୍ୟ ମାଧ୍ୟମରେ BMCର ସଂସ୍ଥାଗତ କ୍ଷମତା ବୃଦ୍ଧି କରାଯିବ । ସହରବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନେଇଛି ବିଏମସି । ବର୍ତ୍ତମାନ ଭୁବନେଶ୍ୱର ବିଏମସି ଅଧୀନରେ ପ୍ରାୟ ୪୮ ହଜାର ବୁଲା କୁକୁର ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଭ୍ୟାକସିନ ଆସିବ । ଯାହା ୭୦ ପ୍ରତିଶତ କୁକୁରଙ୍କୁ ଭ୍ଯାକ୍ସିନେସନ କରିବ । ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବ ଭ୍ୟାକ୍ସିନେସନ ପକ୍ରିୟା ଆଗାମୀ ୩ ବର୍ଷ ପାଇଁ କୁକୁର କାମୁଡା ମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖି ବୁଝାମଣା ସ୍ଵାକ୍ଷରିତ ହୋଇଥିଲେ ମଧ୍ୟ ଏହାକୁ ଗୋଟେ ବର୍ଷ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଏହା ସହ ମାଲିକମାନେ ରଖିଥିବା ପୋଷା କୁକୁରଙ୍କୁ ମଧ୍ୟ ଚାହିଁଲେ ସେମାନେ ମଧ୍ୟ ଭାକସିନ ଦେଇ ପାରିବେ ବୋଲି ବିଏମସି କହିଛି ।

