spot_img

Latest Posts

ନିମ୍ନମାନର ରାସ୍ତା କାମକୁ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନିର୍ମାଣର ଚାରିଦିନ ପରେ ରାସ୍ତାରୁ ଉଠିଲାଣି ପିଚୁ । ନିମ୍ନମାନର ରାସ୍ତା କାମକୁ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନିଶ୍ଚିନ୍ତକୋଇଲି ଲଳିତଗିରି ରାସ୍ତାର ଗୋତରା ଠାରୁ ଉମର ପଞ୍ଚାୟତର କାନାରା ବ୍ୟାଙ୍କ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା କାମରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ନିର୍ମାଣର ଚାରିଦିନ ପରେ ରାସ୍ତାରୁ ଉଠିଲାଣି ମେଞ୍ଚା ମେଞ୍ଚା ପିଚୁ । ରାସ୍ତାରୁ ପିଚୁ ଉଠିବା ସହ ଯାତାୟାତରେ ଅନେକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଆଜି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ସହ ପୁନଃ ରାସ୍ତା କାମକୁ ସଠିକ ଭାବେ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ କନିଷ୍ଠ ଯନ୍ତ୍ରୀଙ୍କୁ ଛାଡିଛନ୍ତି ଗ୍ରାମବାସୀ ।

Latest Posts

Don't Miss