ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଅଞ୍ଚଳରେ ବଳବତ୍ତର ରହିଛି ୧୬୩ ଧାରା । ଜାରି ରହିଛି ଇଣ୍ଟରନେଟ କଟକଣା । ଗତକାଲି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିଚ ରାସ୍ତାରେ ପଥର ଓ ଖଣ୍ଡା ବୁଲିଥିଲା । ଗୋଷ୍ଠୀ ସଂଘର୍ଷରେ ୪ ପୋଲିସ କର୍ମୀଙ୍କ ସହ ୧୨ ଜଣ ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ଘଉଡାଇବା ପରେ ଖଣ୍ଡଯୁଦ୍ଧରେ ବିରାମ ଲାଗିଥିଲା । ସ୍ଥିତିକୁ ନଜରରେ ରଖି ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ହିଂସାକାଣ୍ଡ ଓ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି । ଏନେଇ ସୂଚନା ଦେଇଥିଲେ ଜିଲ୍ଲାପାଳ। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି, ଏସପି, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛି ପୋଲିସ।

