spot_img

Latest Posts

ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ପୁରୀରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ । କଡ଼ା ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କୁ କୌଳିକ ପଣ୍ଡାଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ମାଆ ସୁନନ୍ଦା ସେଟ୍ଟୀ, ପରିବାରର ଅନ୍ୟ ସଦସ୍ୟ ଆକାଂକ୍ଷା ଅଗ୍ରୱାଲ, ରବି କୁମାରଙ୍କ ସହ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ମାଆ ମହାଲକ୍ଷ୍ମୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିର ଭିତରେ ବିତାଇଥିଲେ । ତାଙ୍କ କୌଳିକ ପଣ୍ଡା ଇପ୍ସିତ ପ୍ରତିହାରୀ ସକାଳ ଧୂପରେ ବାହାରିଥିବା ମହାପ୍ରଭୁଙ୍କ ଖେଚୁଡ଼ି ଭୋଗ ଦେଇଥିଲେ । ଶିଳ୍ପାଙ୍କ ମାଆ ପୂର୍ବରୁ ପୁରୀ ଆସି ରତ୍ନସିଂହାସନ ପାଖକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଡାକରା ପାଇ ଆଜି ପୁରୀ ଆସି ଦର୍ଶନ କରିବାର ସୌଭାଗ୍ୟ ମିଳିଲା ବୋଲି କହିଛନ୍ତି । ଚାରି ଧାମ ଯାତ୍ରା ମଧ୍ୟରୁ ଏହା ଶ୍ରେଷ୍ଠ ଧାମ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା । ଏଠାକାର ପ୍ରଶାସନ ମଧ୍ୟ ବେଶ୍ ସହଯୋଗ କରିଛି । ଶିଳ୍ପାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ପାଖରେ ଲୋକଙ୍କ ବେଶ୍ ଭିଡ ଲାଗିଥିଲା ।

Latest Posts

Don't Miss