ଡ୍ରେନରେ ପଡି ଚାଲିଗଲା ଜୀବନ । ଭୁବନେଶ୍ବର ସାଲିଆସାହିରେ ଡ୍ରେନରେ ଖସିପଡି ଯୁବକଙ୍କ ମୃତ୍ୟୁ ହୋଇଛି। ବିଏମସି ତରଫରୁ ନୂଆ ରାସ୍ତା ପାଇଁ ପ୍ରସ୍ତୁତ ହେଉଥିବା ରାସ୍ତା କଡରେ ଡ୍ରେନରେ ଗୋଡ ଖସି ପଡିଥିଲେ ସେହି ବସ୍ତିର ସିନୁ ଗାଗରାଇ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ, କ୍ୟାପିଟାଲ ହସ୍ପିଟାଲକୁ କରାଯାଇଥିଲା ସ୍ଥାନାନ୍ତରିତ । ହେଲେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ଯୁବକଙ୍କ ମୃତ୍ୟୁରେ ପରିବାର ସଦସ୍ୟ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୀଡ଼ିତ ପରିବାରଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

