spot_img

Latest Posts

ଦ୍ବିତୀୟ ଦିନିକିଆ ହାରିଲା ଭାରତ, ମିଚେଲଙ୍କ ନେତୃତ୍ୱରେ ବିଜୟୀ ହେଲା ନ୍ୟୁଜିଲ୍ୟାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ରାଜକୋଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ପରାଜୟ ହେଲା । ୨୮୪ ରନ୍ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ଏକପାଖିଆ ଭାବରେ ୭ ୱିକେଟରେ ପରାସ୍ତ ହେଲା। ଚମତ୍କାର ଶତକୀୟ ଇନିଂସ ଖେଳିଥିବା ଡାରେଲ୍ ମିଚେଲ୍ ନ୍ୟୁଜିଲାଣ୍ଡର ବିଜୟ ଏବଂ ଟିମ୍ ଇଣ୍ଡିଆର ପରାଜୟର ମୁଖ୍ୟ କାରଣ ଥିଲେ। ତାଙ୍କ ବ୍ୟତୀତ ୱିଲ୍ ୟଙ୍ଗ୍ ୮୭ ରନ୍ କରି ତାଙ୍କ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଭାରତ ପାଇଁ କେଏଲ୍ ରାହୁଲ ଅପରାଜିତ ୧୧୨ ରନ୍ କରିଥିଲେ, କିନ୍ତୁ ତାଙ୍କର ଶତକୀୟ ଇନିଂସ ବ୍ୟର୍ଥ ହେଲା ।

୨୮୫ ରନର ଟାର୍ଗେଟ ପିଛା କରୁଥିବା ନ୍ୟୁଜିଲାଣ୍ଡର ଆରମ୍ଭ ମନ୍ଥର ଥିଲା। ଡେଭନ କନୱେ ଏବଂ ହେନରୀ ନିକୋଲ୍ସ କ୍ରିଜରେ ଫସି ରହିଥିଲେ। ତା’ପରେ ହର୍ଷିତ ରାଣା କନୱେକୁ ୧୬ ରନରେ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ହେନରୀ ନିକୋଲ୍ସ ମଧ୍ୟ ପ୍ରସିଦ୍ଧ କୃଷ୍ଣଙ୍କ ଶିକାର ହୋଇଥିଲେ। ମନେ ହେଉଥିଲା ଭାରତ ମ୍ୟାଚ୍ ନିୟନ୍ତ୍ରଣ କରିବ, କିନ୍ତୁ ତା’ପରେ ଡାରିଲ ମିଚେଲ ପଡିଆକୁ ଓଡ୍ଲାଇଲେ । ସେ ୱିଲ ୟଙ୍ଗଙ୍କ ସହ ମିଶି ୧୫୨ ବଲ୍ ରେ ୧୬୨ ରନର ପାର୍ଟନରସିପ୍ କରିଥିଲେ । ଯାହା ମ୍ୟାଚକୁ ଭାରତର ହାତରୁ ସମ୍ପୂର୍ଣ୍ଣ ଛଡ଼ାଇ ନେଇଥିଲା। ଡାରିଲ ମିଚେଲ ୯୬ ବଲରେ ତାଙ୍କର ଶତକ ହାସଲ କରିଥିଲେ।

ଭାରତୀୟ ବୋଲରମାନେ ଖରାପ ବୋଲିଂ କରିଥିଲେ। ବିଶେଷକରି କୁଲଦୀପ ଯାଦବ ମଧ୍ୟମ ଓଭରଗୁଡ଼ିକରେ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲେ, ୧୦ ଓଭରରେ ୮୨ ରନ ଦେଇଥିଲେ। ମହମ୍ମଦ ସିରାଜ ଏବଂ ରବିନ୍ଦ୍ର ଜାଡେଜା ବିଶେଷ ପ୍ରଭାବ ପକାଇପାରି ନଥିଲେ।

ଟିମ୍ ଇଣ୍ଡିଆ ପାଇଁ କେଏଲ ରାହୁଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ମାତ୍ର ୮୭ ବଲ୍ ମଧ୍ୟରେ ତାଙ୍କର ଅଷ୍ଟମ ଦିନିକିଆ ଶତକ ହାସଲ କରିଥିଲେ। ପଞ୍ଚମ ନମ୍ବରରେ ଆସି ସେ ଏହି ଶତକ ହାସଲ କରିଥିଲେ। ତଥାପି, ତାଙ୍କର ଶତକ ଦଳ ପାଇଁ ବିଜୟ ସୁନିଶ୍ଚିତ କରିପାରି ନଥିଲା। ଦିନିକିଆ ସିରିଜ୍ ଏବେ ୧-୧ ରେ ବରାବର ହେଲା । ଜାନୁଆରୀ ୧୮ ତାରିଖରେ ଇନ୍ଦୋରରେ ପରବର୍ତ୍ତୀ ମ୍ୟାଚ ଖେଳାଯିବ।

Latest Posts

Don't Miss