spot_img

Latest Posts

ପକ୍ଷପାତ କରୁଛନ୍ତି ଗୌତମ ଗମ୍ଭୀର ? ODIରେ ଆୟୁଷ ବଦୋନୀଙ୍କ ଚୟନକୁ ନେଇ ଉଠିଲା ପ୍ରଶ୍ନ

ଯୁବ ଅଲରାଉଣ୍ଡର ଆୟୁଷ ବଦୋନୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆରେ ପ୍ରଥମ ଥର ପାଇଁ ସାମିଲ କରାଯାଇଛି । ଏହି ଚୟନ କାରଣରୁ ମୁଖ୍ୟ କୋଚ ଗୌତମ ଗମ୍ଭୀରକୁ ନେଇ ଆଲୋଚନା ଜାରି ରହିଛି ଓ ଫ୍ୟାନ୍ସ ତାଙ୍କ ଉପରେ ଫେଭରେଟିଜର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ପ୍ରଶ୍ନ କରୁଛନ୍ତି କି, ବାସ୍ତବରେ କ’ଣ ବଦୋନୀ ଏହି ଚୟନ ପାଇଁ ହକଦାର ଥିଲେ କି ଗମ୍ଭୀର ନିଜ ପସନ୍ଦର ଖେଳାଳିଙ୍କୁ ଚୟନ କରିଛନ୍ତି ?

ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ପ୍ରଥମ ଦିନିକିଆରେ ବୋଲିଂ ସମୟରେ ଆଘାତ କାରଣରୁ ସିରିଜରୁ ବାଦ ପଡ଼ିଥିଲେ । ତାଙ୍କ ସ୍ଥାନରେ ଟିମ୍ ମ୍ୟାନେଜେମଣ୍ଟ ବଦୋନୀଙ୍କୁ ସ୍କ୍ବାଡରେ ସାମିଲ କରିଥିଲେ । ତା’ପରେ ସିଲେକ୍ସନକୁ ନେଇ ଯୁକ୍ତି ଦେଖିବାକୁ ମିଳିଥିଲା । ଲିଷ୍ଟ ଏ’ରେ ବଦୋନୀଙ୍କ ପ୍ରସର୍ଶନ ଖାସ୍ ରହିନାହିଁ । ସେ ୨୨ଟି ପାଳିରେ ୬୯୩ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଆଭରେଜ ୩୬.୪୭ ରହିଛି । ସେଥିମଧ୍ୟରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି । ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ବଦୋନୀ ହକଦାର ନୁହନ୍ତି ବୋଲି କୁହାଯାଇଛି । ଲିଷ୍ଟ ଏ’ରେ ବଦୋନୀ ୧୮ଟି ଓ୍ବିକେଟ ନେଇଛନ୍ତି ।

ଚଳିତ ବଜୟ ହଜାରେ ଟ୍ରଫି ୨୦୨୫-୨୬ରେ ୨୬ ବର୍ଷୀୟ ବଦୋନୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ୩ଟି ପାଳିରେ ମାତ୍ର ୧୬ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଆଭରେଜ ମାତ୍ର ୮ ରହିଛି । ଏହି କାରଣରୁ ଫ୍ୟାନ୍ସ ବଦୋନୀଙ୍କ ଚୟନକୁ ବିରୋଧ କରୁଛନ୍ତି । ଋଷଭ ପନ୍ତ ଓ ଋତୁରାଜ ଗାଏକ୍ବାଡଙ୍କୁ କାହିଁକି ସାମିଲ କରାଗଲାନି । ସୁନ୍ଦର ଜଣେ ପ୍ରପର ଅଲରାଉଣ୍ଡର । ମାତ୍ର ବଦୋନୀ ଜଣେ ବ୍ୟାଟ୍ସମ୍ୟାନ ଓ ପାର୍ଟଟାଇମ ବୋଲର  । ବଦୋନୀଙ୍କ ଉପରେ ଗମ୍ଭୀରଙ୍କ କୃପା ଆଇପିଏଲ ସମୟରୁ ରହିଥିଲା ବୋଲି କିଛି ଫ୍ୟାନ୍ସ ଲେଖିଛନ୍ତି ।

ତେବେ ବଦୋନୀ ଆଇପିଲଏଲ ୨୦୨୫ରେ ଶାନଦାର ପ୍ରଦର୍ଶନ କରିଛନ୍ତି । ସେ ୧୧ଟି ପାଳିରେ ୩୨୯ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ୧୪୮.୧୯ ରହିଛି ଓ ୨ଟି ଓ୍ବିକେଟ ନେଇଛନ୍ତି । ରଣଜୀ ଟ୍ରଫିରେ ସେ ୫ଟି ପାଳିରେ ୨୧୮ ରନ୍ ସଂଗ୍ରହ କରିଛନ୍ତି । ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୫-୨୬ରେ ବଦୋନୀ ୭ଟି ପାଳିରେ ୨୦୬ ରନ୍ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ହର୍ଷିତ ରାଣାଙ୍କ ଉପରେ ଗମ୍ଭୀରଙ୍କ କୃପା ରହିଛି ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ହର୍ଷିତ ଭଲ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିଥିଲେ । ଗମ୍ଭୀର ଆଇପିଏଲ ସହ ଜଡ଼ିତ କିଛି ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରୁଥିବା ଅଭିଯୋଗ ହୋଇଛି ।

Latest Posts

Don't Miss