ନନ୍ଦିଘୋଷ ବ୍ୟୁରୋ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ବିବାଦ। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା। ସୋମେଶ ଓ ଅର୍ପିତାଙ୍କ ତରଫରୁ ରୁଜୁ ହୋିଥିବା ଆଗୁଆ ଜାମିନ ଆବେଦନର ହାଇକୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ପୋଲିସ ଆବେଦନକାରୀଙ୍କୁ ହେପାଜତକୁ ନନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ହ୍ୟୁମାନଙ୍କ ମା’ ଶେଫାଳି ସୁନାଙ୍କ ଅଭିଯୋଗକୁ ଆଧାର କରି ମର୍କତନଗର ଥାନାରେ ଡିସେମ୍ବର ୨୧ରେ ସୋମେଶ, ଅର୍ପିତାଙ୍କ ସମେତ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା। ଆସନ୍ତା ଫେବୃଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ।

