spot_img

Latest Posts

ଉତ୍ତର ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ୍ ଅଞ୍ଚଳରେ ମହିଳାଙ୍କୁ ଗୁଳି କରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ୍ ଅଞ୍ଚଳରେ ମହିଳାଙ୍କୁ ଗୁଳି କରି ହତ୍ୟା। ୨୦୨୩ରେ ମହିଳାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣା ସହ ଗତକାଲି ଘଟିଥିବା ଗୁଳିକାଣ୍ଡର ସମ୍ପର୍କ ରହିଛି ବୋଲି ପୋଲିସ ଆଶଙ୍କା ବ୍ୟକ୍ତ କରିଛି। ଶାଲିମାର ବାଗ ବାସିନ୍ଦା ତଥା ରେସିଡେଣ୍ଟ ୱେଲଫେୟାର ଆସୋସିଏନର ସଭାପତି ରଚନା ଯାଦବଙ୍କୁ ହତ୍ୟା ପରେ ପୋଲିସର ତନାଘନା। ତାଙ୍କ ମୁଣ୍ଡକୁ ଦୁର୍ବୃତ୍ତ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଖୋକା ଜବତ କରାଯାଇଥିବାବେଳେ ଶାଲିମାର ବାଗ ପୋଲିସ ଘଟଣାର ତଦନ୍ତ କରୁଛି। ୨୦୨୩ରେ ରଚନାଙ୍କ ସ୍ବାମୀ ବିଜେନ୍ଦ୍ର ଯାଦବଙ୍କୁ ହତ୍ୟା କରାଯାଇଥିଲା। ସେହି ମାମଲାର ବିଚାର ଚାଲିଛି। ସେତେବେଳେ ଏହି ହତ୍ୟାକାଣ୍ଡ ଜାହାଙ୍ଗିରପୁରୀ ପୋଲିସ ଥାନା ଅଞ୍ଚଳରେ ଘଟିଥିଲା। ବିଜେନ୍ଦ୍ର ହତ୍ୟା ଘଟଣାରେ ଭାରତ ଯାଦବ ଓ ଅନ୍ୟ ୫ ଜଣ ଅଭିଯୁକ୍ତ ଥିଲେ। ବର୍ତ୍ତମାନ ବି ଭାରତ ଯାଦବ ଫେରାର ଅଛନ୍ତି। ଗୁଳିମାଡର ସିସିଟିଭି ଭିଜୁଆଲ କଏଦ ହୋଇଛି। ରଚନା ପଡୋଶୀଙ୍କ ଘରୁ ଆସୁଥିବାବେଳେ ୨ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲେ। ଏହି ହତ୍ଯା ଘଟଣାରେ ଭାରତ ଯାଦବର ହାତ ରହିଛି ବୋଲି କହିଛନ୍ତି ରଚନାଙ୍କ ବଡ଼ଝିଅ କନିକା।

Latest Posts

Don't Miss