ହରର୍ ଦୁନିଆରେ ଅକ୍ଷୟଙ୍କ ନୂଆ ମିଶନ

ଅଭିନୟ ନୁହେଁ ଏଥର ପ୍ରଯୋଜକ ଭାବେ ନଜର ଆସିବେ ଅକ୍ଷୟ । ଏବଂ ହରର୍‌ ଲୁକ୍‌ରେ ଏବେ ନଜର ଆସିବେ ଅଭିନେତ୍ରୀ ଭୂମି ପେଡ୍‌ନେକର୍‌ । କାରଣ ସେ ସାଜିବେ ‘ଦୁର୍ଗାବତି’ । ଆମେ କଥା ହେଉଛୁ ବଲିଉଡର ଅପକମମିଂ ମୁଭି ବିଷୟରେ । ଏଥିରେ ଭୂମି ନଜର ଆସିବେ ଲିଡ କ୍ୟାରେକ୍ଟରରେ ଓ ସାଜିବେ ଆଇଏସ୍‌ ଚଞ୍ଚଲ୍‌ ସିଂ ଚୌହାନ୍‌ ତଥା ‘ଦୁର୍ଗାବତି’ । ତାଙ୍କୁ ଏମିତି ଏକ ଦମଦାର ଭୂମିକାରେ ଅଭିନୟ କରିବାକୁ ଦେଇଛନ୍ତି ‘ପ୍ୟାଡମ୍ୟାନ୍‌’ର କୋଷ୍ଟାର ତଥା ଅକ୍ଷୟ କୁମାର । ଅକ୍ଷୟଙ୍କ ସହ ଭୂମିଙ୍କ ଯୋଡ଼ିକୁ ଦର୍ଶକ ‘ପ୍ୟାଡମ୍ୟାନ୍‌’ରେ ଭରପୂର ପସନ୍ଦ କରିଥିଲେ । ପୁଣି ଥରେ ଏହି ଯୋଡ଼ି ଟିକେ ଭିନ୍ନ କ୍ୟାରେକ୍ଟରରେ କରିବେ ଫ୍ୟାନ୍‌ଙ୍କୁ ଏଣ୍ଟରଟେନ୍‌ । ନିକଟରେ ମୁଭି ସମ୍ପର୍କରେ ଜଣାଇ ଭୂମି ଏକ ଫଟୋ ସେୟାର କରିଛନ୍ତି ।

ସାଉଥରେ ଏହି ହରର୍‌ ଥ୍ରୀଲରର ମୁଖ୍ୟ ଅଭିନେତ୍ରୀର ଦାୟିତ୍ୱ ତୁଲାଇଥିଲେ ଅନୁଷ୍କା ସେଟ୍ଟୀ । ଯିଏ ତାଙ୍କ ଦମଦାର ରୋଲ ଜରିଆରେ ମୁଭିକୁ ଅଧିକ ଡିମାଣ୍ଡେଡ୍‌ କରିପାରିଥିଲେ । ତେବେ ଏଥର ବଲିଉଡ ଦେଖିବ ସେହି ଭୟାନକ କାହାଣୀ ।

ବଲିଉଡରେ ମଧ୍ୟ ଓରିଜିନାଲ୍‌ ମୁଭିର ନିର୍ଦ୍ଦେଶକ ଜି. ଅଶୋକ ଏହାକୁ ନିର୍ଦ୍ଦେଶନା କଦେବେ । ପୂର୍ବରୁ ବଲିଉଡପ୍ରେମୀ ଭୂମିଙ୍କୁ ଡିଫରେଣ୍ଟ ରୋଲରେ ଦେଖିଛନ୍ତି ଓ ତାଙ୍କ ଅଭିନୟକୁ ନେଇ ସବୁବେଳେ ଅନେକ ପ୍ରଶଂସା ମଧ୍ୟ ହୋଇଛି। ଏଠାରେ ଆମ ଦର୍ଶକଙ୍କୁ ଜଣାଇବାକୁ ଚାହିଁବୁ କି, ଏହି ମୁ୍ଭି ହେବ ୨୦୧୮ ସୁପରହିଟ ତେଲୁଗୁ ମୁ୍ଭି ‘ଭାଗମତି’ର ବଲିଉଡ ରିମେକ।

Leave a Reply