spot_img

Latest Posts

ଟିଏମସି ପୋଲ୍ ଷ୍ଟ୍ରାଟେଜିକଙ୍କ ଘରେ ଇଡି ରେଡ ପ୍ରତିବାଦରେ ଅମିତ ଶାହଙ୍କ ଘର ଆଗରେ ବିକ୍ଷୋଭ

ଟିଏମସି ପୋଲ୍ ଷ୍ଟ୍ରାଟେଜିକଙ୍କ ଘରେ ଇଡି ରେଡ ପ୍ରତିବାଦରେ ଅମିତ ଶାହଙ୍କ ଘର ଆଗରେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ବେଆଇନ ଅର୍ଥକାରବାର ଅଭିଯୋଗରେ ପଶ୍ଚିମବଙ୍ଗରେ ଟିଏମସି ପୋଲ ଷ୍ଟ୍ରାଟେଜିଷ୍ଟଙ୍କ ଘରେ ଇଡି ରେଡ ଘଟଣା । ପ୍ରତିବାଦରେ ଦିଲ୍ଲୀରେ ଟିଏମସିର ବିକ୍ଷୋଭ ଓ ନାରାବାଜି । ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନେତା ଓ କର୍ମୀଙ୍କ ହଙ୍ଗାମା । ଧାରଣା ବେଳେ ଟିଏମସି ସାଂସଦ ଡେରେକ ଓବ୍ରିଏନଙ୍କୁ ଉଠାଇ ନେଲା ପୋଲିସ ।

ଗତକାଲି କୋଲକାତାସ୍ଥିତ ଆଇ-ପାକ୍ ଅଫିସ ଓ ପ୍ରତୀକ ଜୈନଙ୍କ ଘରେ ରେଡ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ତୃଣମୂଳ କଂଗ୍ରେସର ବହୁ ନଥି ଓ ଷ୍ଟ୍ରାଟେଜି ଫାଇଲକୁ ଜବତ କରିଥିଲା ଇଡି । ଆଇ-ପାକ ତଥା ରାଜନୈତିକ କନସଲଟାନ୍ସି ଫାର୍ମ ଉପରେ ରେଡକୁ ନେଇ କୋଲକାତାରେ ଦେଖାଦେଇଥିଲା ହାଇଡ୍ରାମା । ଏପରିକି ମମତା ବାନାର୍ଜୀ ଆଇ-ପାକ କାର୍ଯ୍ଯାଳୟକୁ ଯାଇ ରେଡର ପ୍ରତିବାଦ କରିଥିଲେ । ପ୍ରତୀକ ଜୈନଙ୍କ ଦକ୍ଷିଣ କୋଲକାତାସ୍ଥିତ ଘର ଓ ସଲ୍ଟ ଲେକସ୍ଥିତ ସେକ୍ଟର ୫ ସ୍ଥିତ ଆଇପାକ ଅଫିସରେ ଏହି ରେଡ ହୋଇଥିଲା ।

ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ମମତା । ଦଳର ଆଭ୍ୟନ୍ତରୀଣ ରାଜନୈତିକ ବ୍ୟାପାରେ ଇଡି କାହିଁକି ହସ୍ତକ୍ଷେପ କରୁଛି ବୋଲି ପ୍ରଶ୍ନ କରିଥିଲେ ମମତା । ପ୍ରତୀକ ଜୈନ ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟିର ସହ ପ୍ରତିଷ୍ଠାତା ହୋଇଥିବାବେଳେ ଟିଏମସିର ଆଇଟି ସେଲ ମୁଖ୍ୟ ଅଛନ୍ତି । ପୋଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା ଆଇ-ପାକ୍ । ସେପଟେ ଏହି ଘଟଣାକୁ ନେଇ କୋଲକାତା ହାଇକୋର୍ଟରେ ପହଞ୍ଚିଛନ୍ତି ଆଇ-ପାକ୍ ଓ ଇଡି । ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାକୁ ନେଇ ରେଡ୍ କରାଯାଇଛି ବୋଲି ଇଡି ଦର୍ଶାଉଛି । ତେବେ ଏହି ରେଡ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଜାଣିଶୁଣି କରାଯାଇଛି ବୋଲି କହିଛି ଆଇପାକ । ହାଓଲା ଚାନେଲ ଦେଇ ଆଇ-ପାକ୍ ନିକଟକୁ ୧୦ କୋଟି ଟଙ୍କା ଯାଇଛି ବୋଲି କହିଛି ଇଡି ।

Latest Posts

Don't Miss