ଦିଲ୍ଲୀ: ୨୦୨୦ ସିଏଏ ବିରୋଧୀ ଆନ୍ଦୋଳନ ଦିଲ୍ଲୀ ଦଙ୍ଗା ମାମଲା। ଦୁଇ ମୁଖ୍ୟ ଅଭିଯୁକ୍ତ ଉମର ଖାଲିଦ ଓ ସରଜିଲ ଇମାମଙ୍କୁ ଜାମିନ ଦେଲେନି ସୁପ୍ରିମକୋର୍ଟ । ମାମଲାର ଅନ୍ୟ ୫ ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଗୁଲଫିସା ଫତିମା, ମୀରାନ ହାଇଦର, ସିଫା ଉର ହହେମାନ, ମହମ୍ମଦ ସଲିମ ଓ ସଦାବ ଅହମ୍ମଦଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ଏହି ୫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି- ସମସ୍ତଙ୍କୁ ବ୍ୟକ୍ତିଗତ ସ୍ବାଧୀନତା ପ୍ରଦାନ କରିଛି ସମ୍ବିଧାନ। ହେଲେ ଏହାର ଅର୍ଥ ନୁହେଁ, ଜାତୀୟ ନିରାପତ୍ତା ଓ ସାର୍ବଜନୀନ ବ୍ୟବସ୍ଥାର ଉଲ୍ଲଂଘନ କରିବା। ଉମର ଖାଲିଦ ଓ ସରଜିଲ ଇମାମ ରହିବେ ଜେଲରେ। ଅନ୍ୟ ୫ ଜଣଙ୍କ ଲାଗି ଜେଲ ପ୍ରଯୁଜ୍ୟ ନୁହେଁ। ନିଜ ନିଜର ଜାମିନ ଆବେଦନ ଉମର ଖାଲିଦ ଓ ସରଜିଲ ଇମାମ ପରେ ଦାଏର କରିପାରିବେ।
ଏକ ବର୍ଷ ପରେ କିମ୍ବା ସାକ୍ଷୀମାନଙ୍କ ଜେରା ସରିବା ପରେ ସେମାନେ ପୁନଃଜାମିନ ଆବେଦନ କରିପାରିବେ। ଭବିଷ୍ୟତରେ ସେମାନେ ଦାୟର କରିବାକୁ ଥିବା ଆବେଦନକୁ ସ୍ବାଧୀନ ଭାବେ ଚିଚାର କରାଯିବ। ୨୦୨୦ ଫେବ୍ରୁଆରୀରେ ଘଟିଥିବା ହିଂସା ଘଟଣାରେ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ଦର୍ଶାଇ ଗତ ୨୦୨୫ ସେପ୍ଟେମ୍ବର ୨ରେ ସେମାନଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଗତ ୨୦୨୫ ଡିସେମ୍ବର ୧୦ରେ ରାୟ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ। ଏହି ଘଟଣାରେ ଦିଲ୍ଲୀରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଥିଲେ ୭୦୦।

