ଭୁବନେଶ୍ବର : ପୁଣି କଲବଲ କରିବ ଶୀତ । ରାଜ୍ୟରେ ଶୀତ ସାମାନ୍ୟ କମ ରହିଥିବାବେଳେ କାଲିଠୁ ପୁଣି ଥରିବ ରାଜ୍ୟ ।ସେପଟେ ପଶ୍ଚିମା ଝଡ ସହ ଆଦ୍ରତାର ପରିମାଣକୁ ନେଇ କୁହୁଡି ଜାରି ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର । କୁହୁଡ଼ି ଯୋଗୁଁ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ ରହୁଥିବା ବେଳେ ରାସ୍ତାଘାଟ ଦେଖାଯାଉନଥିବାରୁ ସତର୍କତା ଜାରି କରାଯାଇଛି । ଆହୁରି ୩ ଦିନ ଯାଏ ଏଭଳି ଘନ କୁହୁଡି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ପୁରୀ ଖୋର୍ଦ୍ଧା କଟକ ଓ ଜଗତସିଂପୁର ଘନ କୁହୁଡ଼ିକୁ ନେଇ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି କେନ୍ଦ୍ର । ବିଭାଗ । ସେହିପରି ଗଂଜାମ,ଗଜପତି, କନ୍ଧମାଳ, ନୟାଗଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ସୁନ୍ଦରଗଡ ପରି ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।

