spot_img

Latest Posts

ତୁଟିଲା ଅରୁଆ, ଉଷୁନା ବିବାଦ ; ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ : ତୁଟିଲା ଅରୁଆ, ଉଷୁନା ବିବାଦ । ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର । ୫ ଲକ୍ଷ ଟନ ଉଷୁନା ଚାଉଳ ଓ ୧ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ଉଠାଇବ। ଏହି ସୂଚନା ଦେଇଛନ୍ତି ରାଜ୍ଯ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ରାଜ୍ୟରେ ମୋଟ ୭ ଲକ୍ଷ ମେଟ୍ରିକ ଟନ ଚାଉଳ ଅଛି। କେନ୍ଦ୍ର ୬ ଲକ୍ଷ ଟନ ଚାଉଳ ଉଠାଇବ। ବାକି ୧ ଲକ୍ଷ ମେଟ୍ରିକ ଟନ ଚାଉଳ ନିଲାମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖରିଫ ଏପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଧାନ କିଣିଲେଣି। ୧୮ ଜିଲ୍ଲାରେ ଚାଲିଛି ଧାନ କିଣା। ୨ ଲକ୍ଷ ୩୦ ହଜାର ଚାଷୀ ଧାନ ବିକିଛନ୍ତି। ୨୩୫୦ କୋଟି ଟଙ୍କା ଚାଷୀ ଙ୍କ ଆକଉଣ୍ଟକୁ ଯାଇଛି।

୧୧ ଲକ୍ଷ ଚାଷୀଙ୍କୁ ଟୋକନ ଦିଆ ସରିଛି। ସବୁ ଚାଷୀଙ୍କ ଧାନ କିଣିବୁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ସେପଟେ ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଅରୁଆ, ଉଷୁନା, ସାର, ଧାନ ମଣ୍ଡି, ସବୁଥିରେ ସରକାର ଫେଲ ମାରିଛନ୍ତି । ନୂତନ ବର୍ଷରେ ଏସବୁ ସୁଧାରି ଲୋକଙ୍କ ନିକଟତର ହେବାକୁ ଅନ୍ତତଃ ଚେଷ୍ଟା କରନ୍ତୁ ।

Latest Posts

Don't Miss