spot_img

Latest Posts

ଚୀନର ଜଷ୍ଟିସ ମିଶନ ୨୦୨୫ ଡ୍ରିଲରେ ତାଇଓ୍ବାନରେ ଛନକା

ଚୀନର ଜଷ୍ଟିସ ମିଶନ ୨୦୨୫ ଡ୍ରିଲରେ ତାଇଓ୍ବାନରେ ଛନକା

ନନ୍ଦିଘୋଷ ବ୍ୟୁରୋ: ପୁଣି ତେଜିଲା ଚୀନ-ତାଇୱାନ ବିବାଦ । ତାଇଓ୍ବାନ ଉପରେ ଚୀନର ଦାଦାଗିରି l ତାଇୱାନ ଚାରିପାଖେ ମିଲିଟାରୀ ଡ୍ରିଲ କରିଛି ଚୀନ । ଜଷ୍ଟିସ ମିଶନ ୨୦୨୫ ନାମରେ ନାମିତ ଏହି ଡ୍ରିଲରେ ତାଇୱାନ ଲୋକଙ୍କ ମନରେ ଛନକା ଭରି ଦେଇଛି । ତାଇୱାନ ଚାରିପାଖେ ଚୀନ ଏହି ଡ୍ରିଲ କରୁଛି । ଏଥିରେ ସାମିଲ ହେବେ ଆର୍ମି, ଯୁଦ୍ଧ ଜାହାଜ, ଲଢୁଆ ବିମାନ ଓ ଆର୍ଟିଲେରି ୟୁନିଟ ।

ଚୀନର ଏହି ଡ୍ରିଲ ଯୋଗୁଁ ତାଇୱାନର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ତାଇଓ୍ବାନ ଚାରିପାଖରେ ଥିବା ପାଞ୍ଚଟି ଷ୍ଟ୍ରାଟେଜିକ ଜୋନରେ ଏହି ସମରାଭ୍ୟାସ ହେଉଛି l ସମୁଦ୍ର ଭିତରେ ଓ ଆକାଶମାର୍ଗରେ ଏହି ସମରାଭ୍ୟାସ କରାଯାଉଛି l ଜଷ୍ଟିସ ମିଶନ ୨୦୨୫ ନାମରେ ଏହି ସାମରିକ ଡ୍ରିଲରେ ସାମିଲ ହୋଇଛନ୍ତି ଚୀନର ନୌସେନା, ବାୟୁସେନା ଓ ରକେଟ ବାହିନୀ l ତାଇଓ୍ବାନକୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ଏହି ଡ୍ରିଲ କରାଯାଉଛି ବୋଲି କହିଛି ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ l

୨୦୨୨ ପରଠାରୁ ଏହା ହେବ ଚୀନର ଷଷ୍ଠ ଯୁଦ୍ଧ ବ୍ଲୁ-ପ୍ରିଣ୍ଟ l ଆମେରିକାର ତତ୍କାଳୀନ ହାଉସ ସ୍ପିକର ନାନସି ପେଲୋସିଙ୍କ ଗସ୍ତ ପରଠାରୁ ଉତକ୍ଷିପ୍ତ ହୋଇଛି ଚୀନ l ସାମୁଦ୍ରିକ ଓ ବାୟୁସେନାକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଏହି ଡ୍ରିଲ କାଯାଉଛି l ତାଇଓ୍ବାନର ପ୍ରମୁଖ ବନ୍ଦର ଓ କୌଶଳଗତ ଅଞ୍ଚଳକୁ ଟାର୍ଗେଟ କରି ଏହି ଡ୍ରିଲ କରାଯାଉଛି l ୨୦୨୪ରେ ହୋଇଥିବା ସମ ଧରଣର ଡ୍ରିଲରେ କିଛି ଗୁରୁତ୍ବପୂର୍ଣ୍ଣ ବନ୍ଦରକୁ ଅବରୋଧ କରିଥିଲା ଚୀନ l ସମ୍ଭାବ୍ୟ ଯୁଦ୍ଧରେ ବାହାର ଦେଶର ହସ୍ତକ୍ଷେପକୁ ବନ୍ଦ କରିବା ଲାଗି ଏହି ଅବରୋଧ କରାଯାଇଥିବା କହିଥିଲା ଚୀନ l

Latest Posts

Don't Miss