spot_img

Latest Posts

ଅନୈତିକ ସମ୍ପର୍କ ପାଇଁ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ ଓ ତା’ର ପ୍ରେମିକା…

ବାଲେଶ୍ବର : ବନ୍ଧୁ ସାଜିଲା ବଇରୀ । ଅବୈଧ ସମ୍ପର୍କ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ । ବାଲେଶ୍ବର ହୋଟେଲରେ ଯୁବକଙ୍କ ମୃତ୍ଯୁ ଘଟଣାରୁ ହଟିଲା ପରଦା । ନିଶାଗ୍ରସ୍ତ ଅବସ୍ଥାରେ ସାଙ୍ଗକୁ ପ୍ରେମିକା ସହ ମିଶି ହତ୍ଯା କରିଥିଲା ସାଙ୍ଗ । ଅଭିଯୁକ୍ତ ସହ ପ୍ରେମିକାକୁ ବାନ୍ଧିଲା ପୋଲିସ୍ । ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଗତ ୨୫ ତାରିଖ ରାତିରେ ହତ୍ୟା କରାଯାଇଥିବା ବେଳେ ୨୭ ତାରିଖରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ ତାଙ୍କ ବନ୍ଧୁ ରାମଚନ୍ଦ୍ର ସିଂ ଓ ତାଙ୍କ ପ୍ରେମିକା ସହ ମିଶି ସୁରଜ ହୋଟେଲରେ ରହିଥିଲେ । ମହିଳା ଜଣକ ବିବାହିତ ହୋଇଥିବାବେଳେ ରାମଚନ୍ଦ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଆକାଶ ନିଜ ସ୍ତ୍ରୀର ପରିଚୟ ପତ୍ର ଓ ସାନ ଭାଇର ପରିଚୟ ପତ୍ର ଦେଖାଇ ହୋଟେଲ୍ ରୁମ ବୁକ୍ କରିଥିଲେ । ୩ ଜଣ ମିଶି ସେଦିନ ରାତିରେ ପ୍ରଚୁର ମଦ୍ୟପାନ କରିଥିଲେ । ନିଶାଗ୍ରସ୍ତ ଅବସ୍ଥାରେ ମୃତ ଆକାଶ ମହିଳାଙ୍କୁ ଅସଦାଚରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାମଚନ୍ଦ୍ର ଓ ତାଙ୍କ ପ୍ରେମିକା ତାଙ୍କୁ ହତ୍ଯା କରିଥିବା କହିଛନ୍ତି ସିଟି ଡିଏସପି ।

୩ ଦିନ ଧରି ରୁମ ବନ୍ଦ ଥିବା ଦେଖି ପୋଲିସକୁ ଖବର ଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୋଲିସ କବାଟ ଭାଙ୍ଗି ଖଟ ଉପରେ ପଡ଼ିଥିବା ଆକାଶଙ୍କ ମୃତଦେହ ଉଦ୍ଧାର କରିଥିଲା । ଘଟଣା ପରେ ସାଙ୍ଗ ରାମଚନ୍ଦ୍ରକୁ ବେତନଟୀ ଅଞ୍ଚଳରୁ କାବୁକରି ରଖି ପଚରାଉଚରା ପରେ ପ୍ରକୃତ ତଥ୍ଯ ପଦାକୁ ଆସିଛି । ସେପଟେ ଫେରାର ପ୍ରେମିକାକୁ ଯାଜପୁର ଜାରକା ଅଞ୍ଚଳରୁ ଗିରଫ କରିଛି ପୋଲିସ । ସେପଟେ ପୁଅର ଏପରି କାମକୁ ନିନ୍ଦା କରିଛନ୍ତି ଅଭିଯୁକ୍ତ ରାମଚନ୍ଦ୍ରଙ୍କ ବାପା । ଏପରି କାମ ପାଇଁ ପୁଅକୁ ଦଣ୍ଡ ମିଳୁ ବୋଲି ସେ ଅପିଲ କରିଛନ୍ତି । ଆବଶ୍ଯକ ହେଲେ ୮୦ ବର୍ଷ ବୟସରେ ବି ସେ ଘର ଚଳାଇବେ ବୋଲି କହିଛନ୍ତି ରାମଚନ୍ଦ୍ରଙ୍କ ବାପା । ମୃତ ଆକାଶଙ୍କ ପଡ଼ୋଶୀ ଥିଲେ ଅଭିଯୁକ୍ତ ରାମଚନ୍ଦ୍ର । ମହିଳାଙ୍କ ସହ ୩ ଜଣ ବିବାହିତ ଥିବାବେଳେ ଅନୈତିକ ସମ୍ପର୍କ ସମ୍ପର୍କକୁ ନେଇ ଏପରି ଜଘନ୍ଯ କାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିଛି ।

Latest Posts

Don't Miss