spot_img

Latest Posts

ଜିରୋ ନାଇଟ, ନୂଆବର୍ଷ ପାଇଁ ଆକ୍ସନ ମୋଡରେ ପୋଲିସ

ଭୁବନେଶ୍ୱର : ଜିରୋ ନାଇଟରେ ପୋଲିସର ଜିରୋ ଟଲରାନ୍ସ । ରୋଡ଼ ରୋମିଓଙ୍କୁ ଜଗିବେ କ୍ବିକ୍ ରିଆକ୍ସନ ଟିମ୍ । ୨୯ ଟି ସ୍ଥାନରେ ୱାଚ୍ ଟିମ୍ ରଖିବ ନଜର । ଧୁମଧାମରେ କଟିବ ଜିରୋ ନାଇଟ ଓ ନୂଆବର୍ଷ । ଏହାପୂର୍ବରୁ ସହରବାସୀଙ୍କୁ ସତର୍କ କରିଛି କମିଶନରେଟ ପୋଲିସ । ମତୁଆଲା ହୁଅ କିନ୍ତୁ କ୍ରାଇମ କରନି ବୋଲି କହିଛନ୍ତି ପୋଲିସ କମିଶନର। କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ମୁତାବକ  ରାଜଧାନୀରେ ୧୮ ଟି ସ୍ଥାନରେ ନାକାବନ୍ଦୀ ରହିବ । ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ ସାରା ଭୁବନେଶ୍ୱର ଦାୟିତ୍ୱରେ ରହିବେ। ୨୯ ଟି ଛକରେ ୱାଚ୍ ଟିମ୍ ପକ୍ଷରୁ ଚେକିଂ କରାଯିବ। ଜିରୋ ନାଇଟରେ ୧୨ ଟା ପରେ ନଜର ରଖିବ କ୍ବିକ୍ ରିଆକ୍ସନ ଟିମ୍ । ହୋଟେଲ, ବାର ପବ କୁ ୧୨ ଯାଏଁ ପ୍ରୋଗ୍ରାମ ନିମନ୍ତେ ଅନୁମତି ମିଳିଛି । ଯେଉଁମାନେ ନିଜ କ୍ୟାମ୍ପସ ଯେପରିକି ଆପାର୍ଟମେଣ୍ଟ ବା କଲୋନୀ ଭିତରେ ସେଲିବ୍ରେସନ କରିବାକୁ ଚାହୁଁଛନ୍ତି, ସେମାନେ ନିୟମାବଳୀ ମାନିବାକୁ ବାଧ୍ୟ । ଡିଜେ ବଜାଇବାକୁ କାହାରିକୁ ମଧ୍ୟ ଅନୁମତି ମିଳିନାହିଁ ବୋଲି କହିଛନ୍ତି ପୋଲିସ କମିଶନର।

ସେହିପରି ସହରରେ ଥିବା ୪ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରି ରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି କମିଶନର । କିନ୍ତୁ ଏହାରି ଭିତରେ ଭୋଜିଭାତ ଆଳରେ ନିଶାସକ୍ତ ଅବସ୍ଥାରେ ଆଇନକୁ ହାତକୁ ନେଇଛନ୍ତି କିଛି ଦୁର୍ବୁତ୍ତ । ଭରତପୁର ଥାନା ଅଞ୍ଚଳରେ କମେଣ୍ଟମରାକୁ କେନ୍ଦ୍ର କରି ୮ ଜଣଙ୍କୁ କାବୁ କରାଯାଇଥିବା ବେଳେ ଗତକାଲି ଖାରବେଳନଗର ଥାନା ଅଞ୍ଚଳରେ ଭୋଜି ବେଳେ ଦୁଇ ଯୁବକଙ୍କୁ ପଡିଛି ଖଣ୍ଡାଚୋଟ । ରକ୍ତାକ୍ତ ଅବସ୍ଥାରେ ଆହତ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସ୍ଥାନୀୟ ଲୋକେ ଆଜି କରିଛନ୍ତି ଥାନା ଘେରାଉ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ରାଜରାସ୍ତାରେ ଖଣ୍ଡା ଧରି ବୁଲୁଥିବା ଭିଜୁଆଲ ସୋସିଆଲ ମିଡିଆରେ ହୋଇଛି ଭାଇରାଲ । ନୂତନବର୍ଷ ସଭିଙ୍କ ପାଇଁ ଶାନ୍ତି ଆଣୁ । କିନ୍ତୁ ସେଲିବ୍ରେସନ ଆଳରେ ଆଇନକୁ ହାତକୁ ନେଲେ, ନୂଆବର୍ଷ ଜେଲରେ କଟିବ ବୋଲି କଡ଼ା ଚେତାବନି ଦେଇଛନ୍ତି କମିଶନର ।

Latest Posts

Don't Miss