spot_img

Latest Posts

ହାଦି ହତ୍ୟାକାରୀ ଭାରତରେ ଅନୁପ୍ରବେଶ କରିବା ନେଇ ବାଂଲାଦେଶର ମିଛ ଆରୋପ, ସୀମାନ୍ତ ମେଘାଳୟରେ ଆଲର୍ଟ

ହାଦି ହତ୍ୟାକାରୀ ଭାରତରେ ଅନୁପ୍ରବେଶ କରିବା ନେଇ ବାଂଲାଦେଶର ମିଛ ଆରୋପ, ସୀମାନ୍ତ ମେଘାଳୟରେ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ବାଂଲାଦେଶ । ଶେଖ ହସିନା କ୍ଷମତାଚ୍ୟୁତ ହୋଇ ନିର୍ବାସନରେ ଯିବା ପରେ ଲାଗୁଥିଲା ଶାନ୍ତି ଫେରି ଆସିବ । ହେଲେ ଯୁବ ନେତା ଶରିଫ ଉସମାନ ହାଦିଙ୍କ ହତ୍ୟା ପରେ ପୁଣି ଜଳୁଛି ବାଂଲାଦେଶ । ଆଉ ଏହି ନିଆଁର ଧାସ ସୀମାନ୍ତ ଭାରତରେ ବି ଦେଖିବାକୁ ମିଳୁଛି । ଦୁଇ ଦେଶ ମଧ୍ୟରେ ସ୍ଥିତି ଗମ୍ଭୀର ଥିବା ବେଳେ ହାଦି ହତ୍ୟାକାରୀଙ୍କୁ ନେଇ ବାଂଲାଦେଶର ମିଛ ଅଭିଯୋଗ ଏହାକୁ ଆହୁରି ସଙ୍ଗୀନ କରିଦେଇଛି । ଆଉ ଏମିତି ଅଭିଯୋଗ ମେଘାଳୟ ସମେତ ଭାରତ-ବାଂଲାଦେଶ ସୀମାକୁ ନେଇ ଏକାଧିକ ପ୍ରଶ୍ନ ଛିଡ଼ା କରିଛି । ବାଂଲାଦେଶ ପୋଲିସର ଦାବିକୁ ଭାରତୀୟ ସୁରକ୍ଷା ଏଜେନ୍ସି ମିଛ ବୋଲି କହିଛନ୍ତି । ହେଲେ ବାଂଲାଦେଶ ପୋଲିସର ଏମିତି ଅଭିଯୋଗ ଏବେ ସାରା ବିଶ୍ବରେ ଚର୍ଚ୍ଚାର କାରଣ ପାଲଟି ଥିବା ବେଳେ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି ।

ବାଂଲାଦେଶ ପୋଲିସର ଦାବି

ହାଦିଙ୍କ ହତ୍ୟା ପରେ ବଂଲାଦେଶ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କିଛି ସମୟ ମଧ୍ୟରେ ଢାକା ପୋଲିସର ଜଣେ ବରିଷ୍ଠ ଅଧିକାରୀ ଦାବି କରିଥିଲେ କି ହତ୍ୟାକାଣ୍ଡରେ ଜଡିତ ଦୁଇ ଅଭିଯୁକ୍ତ ଦେଶ ଛାଡି ପଳାଇଛନ୍ତି ଏବଂ ସେମାନେ ଅନ୍ତରାଷ୍ଟ୍ରୀୟ ସୀମା ପାର ଭାରତର ମେଘାଳୟ ଭିତରେ ପ୍ରବେଶ କରିଛନ୍ତି । ଅଧିକାରୀ ଜଣଙ୍କ ଏହା ବି କହିଛନ୍ତି ଯେ ଅଭିଯୁକ୍ତମାନେ ହୁଲୁଆଘାଟ ସୀମା ରାସ୍ତାରେ ଭାରତରେ ପ୍ରବେଶ କରିଛନ୍ତି । ଆଉ ଏଥିପାଇଁ ସେମାନେ ସ୍ଥାନୀୟ ଲୋକଙ୍କ ସହାଯ୍ୟ ନେଇଛନ୍ତି ।

ବିନା ପ୍ରମାଣରେ ବାଂଲାଦେଶ ଅଭିଯୋଗ ଆଣିଛି: ବିଏସଏଫ

ବାଂଲାଦେଶ ପୋଲିସର ଦାବି ପରେ ଭାରତ ତରଫରୁ ତୁରନ୍ତ ପ୍ରତିକ୍ରିୟା ଆସିଥିଲା । ମେଘାଳୟରେ ମୁତୟନ ସୁରକ୍ଷା ଏଜେନ୍ସି ଓ ରାଜ୍ୟ ପୋଲିସ ସ୍ପଷ୍ଟ କରିଛନ୍ତି କି ସେମାନଙ୍କ ପାଖରେ ଅନୁପ୍ରବେଶ ନେଇ କୌଣସି ସୂଚନା ନାହିଁ । ଯାହା ପ୍ରମାଣିତ କରି ପାରିବ କି ଅଭିଯୁକ୍ତମାନେ ଭାରତରେ ପ୍ରବେଶ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସୀମା ଉପରେ ନିୟମତି ନଜର ରଖାଯାଇଛି । ସୀମାରେ ଯବନା ମୁତୟନ ଅଛନ୍ତି । ପ୍ରତିଟି ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଇଛି । ଏମିତି ସ୍ଥିତିରେ ବିନା ପ୍ରମାଣରେ ଅଭିଯୁକ୍ତ ଭାରତୀୟ ସୀମାରେ ପ୍ରବେଶ କରିଛନ୍ତି କହିବା ଠିକ ନୁହେଁ । ମେଘାଳୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ବାଂଲାଦେଶର ଅଭିଯୋଗକୁ ଖଣ୍ଡନ କରିଦେଇଛନ୍ତି । ସେ କହିଛନ୍ତି ହୁଲୁଆଘାଟ ସୀମାରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି ଥିବା ନେଇ କୌଣସି ସୂଚନା ନାହିଁ । ନା ସ୍ଥାନୀୟ ଥାନାରେ ଏମିତି କିଛି ରିପୋର୍ଟ ହୋଇଛି, ନା ସୁରକ୍ଷା ଏଜେନ୍ସିଙ୍କୁ ଏମିତି କୌଣସି ସୂଚନା ମିଳିଛି । ତେବେ ପୋଲିସ ଏହା ବି କହିଛି କି ସୁରକ୍ଷାକୁ ନେଇ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି । କେନ୍ଦ୍ରୀୟ ଏଜେନ୍ସିଙ୍କ ସହ ସମ୍ପର୍କ ରଖାଯାଇଛି । ଯଦି ଏମିତି କିଛି ପ୍ରମାଣ ମିଳିଲା ଦେବେ ତୁରନ୍ତ ପଦକ୍ଷେପ ନିଆଯିବ ।

ହୁଲୁଆଘାଟ ସୀମା କାହିଁକି ସମ୍ବେଦନଶୀଳ ?

ମେଘାଳୟର ପଶ୍ଚିମରେ ଥିବା ହୁଲିଆଘାଟ ବାଂଲାଦେଶ ସୀମାକୁ ସଂଯୋଗ କରୁଛି । ଏହା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନୁହେଁ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଘଞ୍ଚ ଜଙ୍ଗଳ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏହା ଉପରେ ନଜର ରଖିବା ବି ବହୁତ କାଠିକର ପାଠ ହୋଇଥାଏ । ଏହା ସୀମାକୁ ଲାଗି ରହିଥିବାରୁ ପ୍ରତିଟି ସ୍ଥିତି ଉପରେ ନଜର ରଖାଯାଇଥାଏ ।

ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନଜରରେ ରଖି ସୁରକ୍ଷା ଏଜେନ୍ସି ସୀମା ଉପରେ ସତର୍କ ନଜର ରଖିଛନ୍ତି । ସୁରକ୍ଷା ଅଧିକାରୀଙ୍କ ଅନୁସାରେ ପଡ଼ୋଶୀ ରାଜ୍ୟର ଅସ୍ଥିରତାର ପ୍ରଭାବ ସୀମାନ୍ତ ଅଞ୍ଚଳରେ ପଡ଼ିପାରେ । ଏଥିପାଇଁ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତି ରଖଇବାକୁ ପଡୁଛି । ଏହାସହ ସେ ଏହା ମଧ୍ୟ କହିଛନ୍ତି କି ଏହାର ମାନେ ନୁହେଁ ଯେ ବିନା କୌଣସି ପ୍ରମାଣରେ ଆପଣ କିଛି ବି ଅଭିଯୋଗ ଆଣିବେ ଓ ଏହାକୁ ଠିକ ବୋଲି ଧରି ନିଆଯିବ । ପ୍ରତି ମାମଲାରେ ଯାଞ୍ଚ ଓ ତଥ୍ୟ ଆଧାରରେ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ।

Latest Posts

Don't Miss